• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଦ ନିଶା ପାଇଁ ଧରାପଡ଼ିଲା ମର୍ଡରର୍ । ସମସ୍ତଙ୍କ ସାମ୍ନାରେ ନିଜ ଅପରାଧର ପେଡ଼ି ଖୋଲିଦେଲା ଅପରାଧୀ । ୩୦ ବର୍ଷ ତଳେ କରିଥିବା ଡବଲ ମର୍ଡର ଓ ଡକାୟିତିରେ ସମ୍ପୃକ୍ତ ଥିବା ବ୍ୟକ୍ତି ମଦନିଶାରେ ସାଙ୍ଗ ମାନଙ୍କ ସାମ୍ନାରେ ନିଜ କାରନାମା ଗାଇଯିବ ପରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇଛି । ୩୦ ବର୍ଷ ତଳେ କରିଥିବା ଡବଲ୍‌ ମର୍ଡର ପାଇଁ ଏବେ ବନ୍ଧା ହେଲା ଅଭିଯୁକ୍ତ ।

ଅଭିଯୁକ୍ତ ଅବିନାଶ ପାୱାର ୧୯୯୩ ମସିହାରେ ନିଜ ଦୁଇ ସହଯୋଗୀଙ୍କ ସହ ମିଶି ଲୋନାୱାଲାରେ ରହୁଥିବା ଜଣେ ୫୫ ବର୍ଷିୟ ବ୍ୟକ୍ତି ଓ ତାଙ୍କ ୫୦ ବର୍ଷୀୟ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଘରୁ ଜିନିଷ ପତ୍ର ନେଇ ଫେରାର ମାରିଥିଲେ । ହେଲେ ଏହି ଘଟଣାରେ ଦୁଇ ସହଯୋଗୀ ଗିରଫ ହୋଇଥିଲେ ସୁଦ୍ଧା ମୁମ୍ବାଇରୁ ଦିଲ୍ଲୀକୁ ପଳାଇ ଯାଇଥିଲା ଅଭିଯୁକ୍ତ । ଅଭିଯୁକ୍ତ ଅବିନାଶକୁ ସେତେବେଳେ ୧୯ ବର୍ଷ ବୟସ ହୋଇଥିଲେ ।

ମର୍ଡର କରିବା ପରେ ନିଜ ନାମ ଅବିନାଶରୁ ଅମିତ ପାୱାରକୁ ବଦଳାଇ ଦେଇଥିଲା ଅଭିଯୁକ୍ତ । କିଛି ଦିନ ଦିଲ୍ଲୀରେ ରହିବା ପରେ ପୁଣି ମହାରାଷ୍ଟ୍ରକୁ ଫେରି ଅମିତ ପାୱାର ନାମରେ ଡ୍ରାଇଭିଙ୍ଗ ଲାଇସେନ୍ସ ବାହାର କରିଥିଲେ । ଏହାପରେ ସେ ମୁମ୍ବାଇର ବିଖ୍ରୋଲିରେ ସ୍ଥାୟୀ ଭାବେ ବସବାସ କରିବା ଆରମ୍ଭ କରିଥିଲା ।

ନୂଆଁ ନାଁରେ ଆଧାର କରାଇ ବିବାହ ମଧ୍ୟ କରାଥିଲା । ଏହାରି ଭିତରେ ୩୦ ବର୍ଷ ବିତି ଯାଇଥିଲେ, କିନ୍ତୁ ସେ ଅପରାଧର କାହାଣୀ ଅବିନାଶ ପାଖରେ ହିଁ ରହିଯାଇଥିଲା ।

ହେଲେ ଅଳ୍ପଦିନ ତଳେ ସାଙ୍ଗ ମାନଙ୍କ ସହ ବସି ମଦ ପିଉଥିବା ବେଳେ ନିଜ କାହାଣୀ ସମ୍ପର୍କରେ ବଖାଣିଥିଲା । କିପରି ଭାବରେ ଦୁଇ ଜଣଙ୍କୁ ମାରିବା ପରେ ସେମାନଙ୍କର କଷ୍ଟ ଅର୍ଜିତ ସମ୍ପତ୍ତି ହଡ଼ପ୍‌ କରିଥିଲା ସେସବୁ ଗାଇ ଯାଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଜଣେ ଯାଇ ମୁମ୍ବାଇ କ୍ରାଇମବ୍ରାଞ୍ଚ୍‌ର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସବୁ କଥା ଜଣାଇ ନେଇଥିଲେ । ଆଉ ତା’ପରେ ଶୁକ୍ରବାର ଦିନ ଅବିନାଶଙ୍କୁ ବିଖ୍ରୋଲିରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍‌ ।