• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ଚାପଗ୍ରସ୍ତ ହୋଇ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଛି । ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଜଣେ ବ୍ୟକ୍ତି ନିଜର ତିନି ବର୍ଷର ପୁଅକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପୁଅକୁ ହତ୍ୟା କରିବା ପରେ ସେ ନିଜ ବେକକୁ ଛୁରିରେ କାଟି ପକାଇଥିଲେ । ଖବର ପାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଅଧିକ ପଢ଼ନ୍ତୁ: ଗୁପ୍‌ଚୁପ୍‌ ପାଇଁ ଲଙ୍କାକାଣ୍ଡ ! ଖାଇବାକୁ ମନା କରିବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ସ୍ତ୍ରୀ କାଜଲ ଓ ତିନିବର୍ଷର ପୁଅ ସହିତ ରହୁଥିଲେ ଗଣେଶ ବିଠଲ ଚୌଧୁରୀ । ଗଣେଶ ତାଙ୍କ ପୁଅ ଓ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ତାଙ୍କର ମଦ ପିଇବାର ଅଭ୍ୟସ ପାଇଁ ସ୍ତ୍ରୀ ସହ ସବୁବେଳେ ମନୋମାଳିନ୍ୟ ହେଉଥିଲା । ସ୍ତ୍ରୀ ଅନେକ ଥର ଏଥିରୁ ନିବୃତ୍ତ ରହିବାକୁ କହୁଥିଲେ । ତେବେ ଗଣେଶ ସ୍ତ୍ରୀ ଆଗରେ ବଦଳିଯିବାର ପ୍ରତିଶ୍ରୁତି ଦେଉଥିଲା, ହେଲେ ମଦ ଆଗରେ ସବୁ ପ୍ରତିଶ୍ରୁତି ଯେପରି ତା’ର ପାଣିର ଗାର ହୋଇଯାଉଥିଲା ।

ହନୁମାନ ଜୟନ୍ତୀ ଦିନ ବି ଗଣେଶ ମଦ ପିଇ ଘରକୁ ଆସିଥିଲା । ସମସ୍ତେ ପୂଜା ପାଠରେ ବ୍ୟସ୍ତ ଥିବାବେଳେ ନିଶାରେ ଚୁର ହୋଇ ପହଞ୍ଚିଥିଲା ଗଣେଶ । ଏଥିରେ ସ୍ତ୍ରୀ କାଜଲ ରାଗି ଯାଇଥିଲେ ଓ ଏକଥାକୁ ନେଇ ଉଭୟଙ୍କର ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ଗ‌ଣେଶ କାଜଲଙ୍କୁ ମାଡ଼ ମାରିଥି‌ଲେ । ଆଉ କାଜଲ ରାଗି ଯାଇ ଘର ଛାଡ଼ି ଚାଲି ଯାଇଥିଲେ।

ସ୍ତ୍ରୀ ଚାଲିଯବା ପରେ ଗ‌ଣେଶ ଚିନ୍ତାରେ ରହୁଥିଲା । ପରେ ପରେ ପୁଅ ସହ ଘରେ ରହୁଥିବା ବେଳେ ଏଭଳି ଚରମ ନିଷ୍ପତ୍ତି ନେଇଥିଲା । ତେବେ ପୁଅକୁ ହତ୍ୟା କରିବା ପୂର୍ବରୁ କାକା ପୁଅ ଭାଇ ଉଦ୍ଦେଶ୍ୟରେ ସେ ଏକ ଚିଠି ଲେଖିଥିଲା ।

ଚିଠିରେ ଲେଖାଥିଲା, ମୋତେ ଓ ମୋ ପୁଅକୁ ଗୋଟିଏ କୋକେଇରେ ନେବ ଓ ଗୋଟିଏ ସ୍ଥାନରେ ପୋତିବ । ମୁଁ ମଲା ପ‌ରେ ତାର ଯତ୍ନ ନେବାକୁ କେହି ନାହାନ୍ତି । ସେଥିପାଇଁ ମୁଁ ତାକୁ ବି ସାଙ୍ଗରେ ନେଇ ଯାଉଛି । ଜାଣିଛି ମୁଁ ଭୁଲ କରିଛି । ମୋତେ କ୍ଷମା କରିଦେବ । OK, Good Bye. I Love You ପୁଅ । ଏହି ନୋଟ୍‌ ଲେଖିବା ପରେ ପୁଅକୁ ମାରି ଆତ୍ମହତ୍ୟା କରିଥିଲା ଯୁବକ । ହେଲେ ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।