Advertisment

Double Encounter in Jharsuguda: ଖସି ପଳାଉଥିଲେ ଦୁଷ୍କର୍ମକାରୀ, ଏନକାଉଣ୍ଟର କଲା ପୋଲିସ

ଝାରସୁଗୁଡାରେ ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । କୋର୍ଟରେ ହାଜର ହେବାକୁ ଯିବାବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ପୋଲିସର ପାଲଟା ଗୁଳି ଚାଳନାରେ ଉଭୟ ଗୁରୁତର ।

ଅଦ୍ୟତନ ହୋଇଛି
Double encounter

Double encounter

Advertisment

ଝାରସୁଗୁଡାରେ ଡବଲ ଏନକାଉଣ୍ଟର । ଦୁଇ ନାବାଳିକା ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କଲା ପୋଲିସ । ବେଲପାହାଡ-ଝାରସୁଗୁଡ଼ା ରାସ୍ତାର ଆମ୍‌ଧୋର ନିକଟରେ ଏହି ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଘାଇଲା ହୋଇଛନ୍ତି ଦୁଇ ଅଭିଯୁକ୍ତ ସେଖ୍ ଆସିଫ ଓ ଅଭିଷେକ ବାରିକ । ଦୁହେଁ କୋର୍ଟରେ ହାଜର ହେବାକୁ ଯିବାବେଳେ ପୋଲିସକୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରୁଥିଲେ ।ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ଏବଂ ଝାରସୁଗୁଡ଼ା ଏସ୍‌ପି ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର

ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ସେଖ୍ ଆସିଫ୍‌ ଓ ଅଭିଷେକ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗତକାଲି ଗିରଫ ହୋଇଥିଲେ । ଅଭିଯୁକ୍ତ ନାବାଳିକାଙ୍କ ପରିବାରକୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପୋଲିସ କାଲି ଉଭୟଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରୁଥିଲା । କୋର୍ଟରେ ହାଜର କରିବାକୁ ଯିବା ବେଳେ ଦୁଇ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରି ପୋଲିସ ଉପରକୁ ଆକ୍ରମଣ କରିଥିଲେ ।

ଦୁହେଁ ପୋଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଫୁଟାଇଥିଲେ । ବାଧ୍ୟ ହୋଇ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ଦୁଇ ଅଭିଯୁକ୍ତଙ୍କ ଗୋଡରେ ବାଜିଥିଲା ଗୁଳି । ପୋଲିସ ଗୁରୁତର ଅବସ୍ଥାରେ ଆସିଫ ଓ ଅଭିଷେକକୁ ମେଡିକାଲରେ ଭର୍ତ୍ତି କରିଛି । ପୂର୍ବରୁ ଆସିଫ ନାଁରେ ୨ଟି ମାମଲା ରହିଥିବା ଜଣାପଡିଛି ।

Advertisment

ଅଧିକ ପଢ଼ନ୍ତୁ: ଦାଦାକୁ ହାଣିଲା, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା...

Jharsuguda Encounter Police Encounter Rape Accused Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ