ASI Gopal Das
ମାନସିକ ରୋଗରେ ଆକ୍ରାନ୍ତ ଥିଲେ ଗୋପାଳ । ଏନେଇ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୋପାଳଙ୍କର ବାଇପୋଲାର ଡିଜ୍ଅର୍ଡର ଥିଲା ବୋଲି କହିଛନ୍ତି ଡାକ୍ତର । ମନ୍ତ୍ରୀଙ୍କୁ ଗୁଳି କରିଥିବା ଗୋପାଳ ଦାସଙ୍କ ଚିକିତ୍ସା ନେଇ ଡାକ୍ତରଙ୍କ ସୂଚନା । MKCGର ସାଇକିଆଟ୍ରିକ ମୁଖ୍ୟ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ଦେଇଛନ୍ତି ଏହି ସୂଚନା ।
ଡାକ୍ତରଙ୍କ କହିବାନୁଯାୟୀ, ‘ଆଠ ଦଶ ବର୍ଷ ତଳେ ସେ ପ୍ରଥମେ କ୍ଲିନିକ୍କୁ ଆସିଥିଲେ । ସେତେବେଳେ ଖୁବ୍ ରାଗୁଥିଲେ, ସେଥିପାଇଁ ଚିକିତ୍ସା କରାଯାଇଥିଲା । ଏହା ପରେ ସେ ନିୟମିତ ଔଷଧ ଖାଉ ଥିଲେ ନା ନାହିଁ ଜାଣିନି । ସେ ଆକ୍ରାନ୍ତ ହୋଇଥିବା ରୋଗ ପାଇଁ ନିୟମିତ ଚିକିତ୍ସା ଦରକାର ଥିଲା । ସେ ନିୟମିତ ଚିକିତ୍ସାରେ ରହୁଥିଲେ କି ନାହିଁ ଜାଣିନି’ କହିଲେ ଡାକ୍ତର । ନିୟମିତ ଔଷଧ ସେବନ ନ କଲେ ଏହି ରୋଗ ପୁଣି ଆକ୍ରାନ୍ତ କରିପାରେ । ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674997261.jpg)