Advertisment

୩ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଡିଜେ ଆଜେକ୍ସ !

ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ରୋଚକ ସୁରାକ ମିଳିଛି। ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
DJ Azex Death Case

DJ Azex Death Case

ଡିଜେ ଆଜେକ୍ସ(DJ Azex) ମୃତ୍ୟୁ ଘଟଣାରେ ରୋଚକ ସୁରାକ ମିଳିଛି। ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ତିନି ଯୁବତୀ ଏସବୁ ଜାଣିବା ପରେ ହ୍ୱାଟ୍ସଆପ୍‌(WhatsApp)ରେ ଏକ ଗ୍ରୁପ୍ ଖୋଲିଥିଲେ।

Advertisment

ଏହି ଗ୍ରୁପ୍‌ରେ ସମ୍ପୃକ୍ତ ୩ ଯୁବତୀ ଆଜେକ୍ସ ବିଷୟରେ କଥା ହେଉଥିଲେ। ଆଜେକ୍ସ କିଭଳି ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ, ସେସମ୍ପର୍କରେ ସେମାନେ କଥା ହେଉଥିଲେ।ଆଜେକ୍ସଙ୍କ ମୁଖା ଖୋଲିବାକୁ ୩ ଯୁବତୀ ଏକାଠି ହୋଇଥିଲେ ଓ ଏମାନେ ଆଜେକ୍ସଙ୍କୁ ଏକ୍ସପୋଜ୍‌ କରିବାକୁ ହ୍ୱାଟ୍ସଆପ୍‌ରେ ଏହି ଗ୍ରୁପ୍‌ କରିଥିଲେ।

ଏସମ୍ପର୍କରେ ପୋଲିସ୍‌ ସୁରାକ ପାଇବା ପରେ ସମ୍ପୃକ୍ତ ଯୁବତୀଙ୍କୁ ପଚରାଉଚରା ପାଇଁ ପୋଲିସ୍‌ ଯୋଜନା ଚଳାଇଛି। ଖୁବ୍‌ଶୀଘ୍ର ବାକି ୨ ଯୁବତୀଙ୍କୁ ଖାରବେଳନଗର ପୋଲିସ ଜେରା କରିବ ବୋଲି ଜଣାପଡ଼ିଛି।  

Advertisment

ସେପଟେ ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ । ପରେ ବାନ୍ଧବୀ ଭିଡିଓ କଲ୍ କରିଥିଲେ ବି ଉଠାଇ ନ ଥିଲେ ଆଜେକ୍ସ । ବାନ୍ଧବୀ ଭିଡିଓ କଲ୍ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Advertisment
Advertisment