/odishatv-khabar/media/post_attachments/uploadimage/library/16_9/16_9_0/DJ_Azex_1684128165.jpg)
DJ Azex
ଭୁବନେଶ୍ୱରରେ ଜଣାଶୁଣା ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ଖାରବେଳ ନଗର ଥାନାରେ ଦ୍ୱାରସ୍ଥ ହେଲେ ଆଜେକ୍ସଙ୍କ ବାପା ଓ ମାଆ । ତଦନ୍ତ ପରେ ପରିବାର ଲୋକଙ୍କୁ ଆଜେକ୍ସଙ୍କ ମୋବାଇଲ ହସ୍ତାନ୍ତର କରିଛି ପୋଲିସ । ହେଲେ ଆଜେକ୍ସଙ୍କ ମୋବାଇଲରୁ ଅନେକ ଫଟୋ, ଭିଡିଓ ଚାର୍ଟ ଡିଲିଟ ହୋଇଥିବା ଅଭିଯୋଗ କରିଛନ୍ତି ଆଜେକ୍ସଙ୍କ ବାପା ଓ ମାଆ । କିଏ ଓ କାହିଁକି ଡିଲିଟ କଲା ବୋଲି ପୋଲିସକୁ ପଚାରିବାକୁ ଥାନାକୁ ଯାଇଥିଲେ ।
Advertisment
କେବଳ ସେତିକି ନୁହେଁ, ଘଟଣାକୁ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପରିବାରକୁ ଏଯାଏଁ ନ୍ୟାୟ ମିଳିନି ବୋଲି ଅଭିଯୋଗ କରିଛନ୍ତି । ଆଜେକ୍ସଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଏତେ ସବୁ ପ୍ରମାଣ ଥାଇ ମଧ୍ୟ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ କାହିଁକି ଗିରଫ କରିନି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)