/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704517850.jpg)
Youth Death Mystery
ହାଇଟେକ୍ ମେଜିକାଲ ବିସ୍ଫୋରଣରେ ପୋଡ଼ି ହୋଇ ଚିକିତ୍ସିତ ହେଉଥିବା ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ହୋଇଥିବା ପରିବାର ଲୋକ ସଂଗୀନ ଅଭିଯୋଗ ଆଣିଛନ୍ତି । ପୁଅକୁ ଜାଣିଶୁଣି ମାରି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।
ଦିଲ୍ଲୀପଙ୍କ ମାଆ କହିଛନ୍ତି, ପୁଅ ଜୀବିତ ଥିବା ଶୁଣି ମେଡିକାଲ ଦୌଡ଼ି ପଳାଇ ଆସିଥିଲି । ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା । ୨ଟା ରାତିରେ ହଠାତ କହିଲେ ତମ ପୁଅ ଅବସ୍ଥା ସଙ୍କଟାପନ୍ନ । ୩ଟା ରାତିରେ ଆସି କହିଲେ ତମ ପୁଅ ଆଉ ନାହିଁ ବୋଲି । ଏପରିକି ତାଙ୍କ ଠାରୁ ଜୋର ଜବରଦସ୍ତ ଟିପ ଚିହ୍ନ ନିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଭେଣ୍ଟିଲେଟର, ଆଇସିୟୁରୁ ବାହାରିବା ପରେ ରୋଗୀଙ୍କ ଅବସ୍ଥାରେ ସୁଧାର ଆସିଥାଏ । କିନ୍ତୁ ଦିଲୀପ ଭେଣ୍ଟିଲେଟର, ଆସିୟୁରୁ ବାହାରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ତେଣୁ ତାଙ୍କୁ ଚିକିତ୍ସାରେ ଅବହେଳା ହୋଇଥିବା ଦିଲୀପଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।
ଏପଟେ ମୃତଦେହ ବାବଦରେ ପୋଲିସ ନିଷ୍ପତ୍ତି ନେବ ବୋଲି କହିଛନ୍ତି ହାଇଟେକ ମେଡିକାଲ ସିଇଓ ଡାକ୍ତର ସ୍ମିତା ପାଢୀ । ସିଇଓଙ୍କ ସୂଚନା ଅନୁଯାୟୀ, ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ଭୋର ସମୟରେ ମୃତ୍ୟୁ ହୋଇଛି । ରାତିରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ । ଆମେ ମୃତଦେହ ପୋଲିସକୁ ହସ୍ତାନ୍ତର କରିବୁ । ଏହାପରେ ମୃତଦେହ କାହାକୁ ଦିଆଯିବ ତାହା ପୋଲିସ ନିଷ୍ପତ୍ତି ନେବ ।
ଏଭଳି ଦ୍ୱନ୍ଦ୍ୱ, ଚିନ୍ତାଜନକ, ଉଦବେଗଜନକ ଖବର ସାମ୍ନାକୁ ଆସିବା ପରେ, ଅନେକ ପ୍ରଶ୍ନ ଉଠିଛି ।
- ମୃତକ ଚିହ୍ନଟରେ ଏଭଳି ଗୁରୁତର ତ୍ରୁଟି ହେଲା କେମିତି ?
- ଏବେ ତୃତୀୟ ବ୍ୟକ୍ତିଙ୍କ ମୃତଦେହ କାହାକୁ ହସ୍ତାନ୍ତର କରାଯିବ ?
- ଦିଲୀପଙ୍କ ପରିବାର ଲୋକଙ୍କୁ ଦିଆଯିବ କି ମୃତଦେହ ?
- ମୃତଦେହ ଦେବା ପୂର୍ବରୁ ଡିଏନଏ ଟେଷ୍ଟ ହେବ କି ? ନା ପରିବାର ଲୋକଙ୍କ ଚିହ୍ନଟ ଆଧାରରେ ମୃତଦେହ ଦିଆଯିବ !
- କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?
- ଘଟଣା ପଛରେ କାହାର ଅବହେଳା, ଏଥିପାଇଁ ଦାୟୀ କିଏ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)