• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନ ଯେତେ ଗଡ଼ୁଛି ଗୋବିନ୍ଦ ସାହୁ ମୃତ୍ୟୁ ମାମଲାକୁ ନେଇ ସନ୍ଦେହ ସେତେ ବଢ଼ିବାରେ ଲାଗିଛି । ବେକର ଚିହ୍ନକୁ ନେଇ ଆଶଙ୍କା ବଢ଼ିଥିବା ବେଳେ ଏବେ ଏନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ଡିଜି । ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ଇନକୁଏଷ୍ଟ, ପୋଷ୍ଟମର୍ଟମ, ଭିସେରାକୁ ଅନୁଧ୍ୟାନ କରି ଅତି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୨୦ ତାରିଖ ଦିନ କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହୋଇଥିଲା । ଜେଲ୍ ପରିସରର ଝରକାରେ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି । ହେଲେ ଗୋବିନ୍ଦ ଗଳାରେ ଥିବା ପତଳା ଗାଢ କଳା ଦାଗ କିନ୍ତୁ ଭିନ୍ନ କଥା ବୟାନ କରୁଛି । ଏପରିକି ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟା ହୋଇଥାଇ ପାରେ ବୋଲି ବି ସନ୍ଦେହ କରିଛନ୍ତି ବରିଷ୍ଠ ଓକିଲ । ବହୁଚର୍ଚ୍ଚିତ ମମିତା ମେହର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ।

ଏପଟେ କଣ୍ଟାବାଞ୍ଜି ଜେଲ୍ ସାମ୍ନାର ସିସିଟିଭି କାମ ପାଇଁ ଗଲାକାଲି ଜେଲ୍‌ରେ ପହଞ୍ଚିଥିଲେ ବଲାଙ୍ଗିରର ଏକ ସିସିଟିଭି ସଂସ୍ଥାର କର୍ମଚାରୀ।  କିଛି ସ୍ଥାନରେ ନୂଆ ସିସିଟିଭି ବି ଲାଗିଥିଲା । ତେବେ ବଡ଼ କଥା ହେଉଛି ଗୋବିନ୍ଦ ମୃତ୍ୟୁ ଘଟଣାର ୧୫ ଦିନ ଆଗରୁ କୁଆଡ଼େ ଜେଲ୍ ଭିତରେ ଲାଗିଥିବା ୧୬ଟି ସିସିଟିଭି ଭିତରୁ ଅଧିକାଂଶ ଚାଲୁନଥିଲା । ଯଦି ଏହା ସତ ତାହାଲେ, ଏହା ବି ସନ୍ଦେହକୁ ବହୁଗୁଣ କରୁଛି ।

ତେବେ ସିସିଟିଭି ସଂର୍ପକରେ କିନ୍ତୁ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି ସିସିଟିଭି ସଂସ୍ଥାର ପରିଚାଳକ । ସେପଟେ ଏଭଳି ସନ୍ଦେହର ପାହାଡ଼ ଉପରେ ଗତକାଲି ବି ଖୋଲତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ମୃତ ଗୋବିନ୍ଦର ନିଜ ଗାଁ ମହାଲିଙ୍ଗ ଯାଇ, କଲେଜରୁ ଏକ ପୁରୁଣା ରେଜିଷ୍ଟ୍ରର ଜବତ କରିବା ସହିତ ଗୋବିନ୍ଦଙ୍କ ଘରେ ପହଞ୍ଚି ତଦନ୍ତ କରିଛି କ୍ରାଇମବ୍ରାଚଂର ଦୁଇ ଜଣିଆ ଟିମ୍ ।