Advertisment

differently abled girl raped: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ପରିବାର ଲୋକ ଜମି ଦେଖିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଯୁବକ ଏଭଳି କାଣ୍ଡ ଭିଆଇଥିଲେ। ଦୁଷ୍କର୍ମ ପରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଅଭିଯୁକ୍ତ ଜଣଙ୍କ ପ୍ରୟାସ କରୁଥିଲା।

ଅଦ୍ୟତନ ହୋଇଛି
pipili

pipili

Advertisment

ପିପିଲିରେ ପୁଣି ଏକ ଲଜ୍ଜା ଦେଖିବାକୁ ମିଳିଛି। ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଛି। ଦୁଷ୍କର୍ମ ପରେ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ବେଳେ ଅଭିଯୁକ୍ତକୁ କାବୁ କରିଥିଲେ ଗାଁ ଲୋକେ। ପରେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତ ଯୁବକ ତଣ୍ଟି ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲେ। ତେବେ ଯୁବତୀଙ୍କ ଚିତ୍କାର ଶୁଣି ଗାଁ ଲୋକ ତାଙ୍କୁ ଉଦ୍ଧାର କରିଥିଲେ।

Advertisment

ପିପିଲିର ସହଜପୁର ଗ୍ରାମରେ ଏହି ଅଘଟଣ ଘଟିଛି। ୨୫ ତାରିଖ ଦିନ ୧୨ଟା ସମୟରେ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିଲେ। ପରିବାର ଲୋକ ଜମି ଦେଖିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଯୁବକ ଏଭଳି କାଣ୍ଡ ଭିଆଇଥିଲେ। ଦୁଷ୍କର୍ମ ପରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଅଭିଯୁକ୍ତ ଜଣଙ୍କ ପ୍ରୟାସ କରୁଥିଲା। ଏହି ସମୟରେ ପରିବାର ଲୋକ ପହଞ୍ଚି ଚିତ୍କାର କରିବାରୁ ଗ୍ରାମବାସୀ ପହଞ୍ଚି ଦିବ୍ୟାଙ୍ଗ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

ଯୁବକ ଜଣଙ୍କୁ ଧରିବାକୁ ପ୍ରୟାସ କରିଥିବା ବେଳେ ସେ ସେଠାରୁ ଖସି ପଳାଇଥିଲେ। ଏପରିକି ଥାନାରେ ମାମଲା ରୁଜୁ କଲେ ପରିଣାମ ଭୟଙ୍କର ହେବ ବୋଲି ଅଭିଯୁକ୍ତ କହିଥିବା ଯୁବତୀଙ୍କ ପିତା ଥାନାରେ ରୁଜୁ କରିଥିବା ଏତଲାରେ ଦର୍ଶାଇଛନ୍ତି।

Advertisment

ଅଧିକ ପଢନ୍ତୁ :  କଳାପାଣି ସଜା...ଯେଉଁଠି କଏଦୀମାନେ ମାଗୁଥିଲେ ମୃତ୍ୟୁର ଭିକ

Rape Case Pipili
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ