Advertisment

ଅନଲାଇନରେ ମିଳୁଛି ଦେଶୀ ବନ୍ଧୁକ, ଅର୍ଡର କଲେ ହେବ ହୋମ୍‌ ଡେଲିଭରୀ !

ପୋଲିସ୍‌ର ସୂଚନା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ରେ କୋହିନୂର ଗ୍ରୁପ୍‌ ନାମକ ଏକ ପେଜ୍‌ରେ ଏହି ପୋଷ୍ଟ ହୋଇଥିଲା। ଏହି ଗ୍ରୁପରେ ଜଣେ ଯୁବକ ଅଣ୍ଟା ବେଲ୍ଟରେ ପିସ୍ତଲ ରଖିଥିବାର ଫଟୋ ପୋଷ୍ଟ କରିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Desi Pistol For Sale

Desi Pistol For Sale

ଅନ୍‌ଲାଇନ୍‌ରେ ମିଳୁଛି ଦେଶୀ ବନ୍ଧୁକ। ଅର୍ଡର କଲେ ହେବ ହୋମ୍‌ ଡେଲିଭରୀ। ସୋମବାର ରାଜସ୍ଥାନ ପୋଲିସ୍ ଏମିତି ଜଣେ ଅଜ୍ଞାତ ଯୁବକଙ୍କୁ ଗିରଫ କରିଛି ଯିଏ କି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିକ୍ରି କରିବା ପାଇଁ ‘ଦେଶୀ ପିସ୍ତଲ’ର ଫଟୋ ପୋଷ୍ଟ କରିଥିଲା। କେବଳ ଦେଶୀ ପିସ୍ତଲର ଫଟୋ ପୋଷ୍ଟ କରି ନ ଥିଲା ବରଂ ଯେଉଁମାନେ ଏହାକୁ ଅର୍ଡର କରିବେ ସେ ଏହି ଦେଶୀ ପିସ୍ତଲକୁ ହୋମ୍‌ ଡେଲିଭରୀ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ।

Advertisment

ପୋଲିସ୍‌ର ସୂଚନା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ରେ କୋହିନୂର ଗ୍ରୁପ୍‌ ନାମକ ଏକ ପେଜ୍‌ରେ ଏହି ପୋଷ୍ଟ ହୋଇଥିଲା। ଏହି ଗ୍ରୁପରେ ଜଣେ ଯୁବକ ଅଣ୍ଟା ବେଲ୍ଟରେ ପିସ୍ତଲ ରଖିଥିବାର ଫଟୋ ପୋଷ୍ଟ କରିଥିଲେ। ଏହା ସହ ଏହି ଫଟୋର ବ୍ୟାକ୍‌ଗ୍ରାଉଣ୍ଡରେ କିଛି ଗୁଳି ମଧ୍ୟ ରହିଥିଲା।

ତେବେ ଏହି ପୋଷ୍ଟଟି ଉଜୈନ ବାହାରେ ସୋସିଆଲ ମିଡିଆରେ ଅପଲୋଡ୍‌ ହୋଇଥିବା ପୋଲିସ୍‌ କହିଛି। ତେବେ ଏହି ମାମଲାରେ ସାଇବର ପୋଲିସ୍‌ ଅପରାଧୀକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ବୋଲି ଅତିରିକ୍ତ ଏସ୍‌ପି ଜୟନ୍ତ ରାଠୋର କହିଛନ୍ତି। ତେବେ ଅଭିଯୁକ୍ତ ସୋସିଆଲ ମିଡିଆରେ ଦେଶୀ ପିସ୍ତଲ ସହ ଯେଉଁ ଫଟୋ ପୋଷ୍ଟ କରିଥିଲା ସେଥିରେ ତା’ର ମୁହଁ ସ୍ପଷ୍ଟ ଭାବରେ ଜଣାପଡ଼ୁନଥିଲା। କିନ୍ତୁ ଅଭିଯୁକ୍ତ ଜଣକ ଏହି ଦେଶୀ ବନ୍ଧୁକକୁ ଅର୍ଡର କରିବା ପାଇଁ ସେହି ପୋଷ୍ଟରେ ଏକ ମୋବାଇଲ ନମ୍ବର ଦେଇଥିଲା। ତେବେ ଏହି ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି।

Advertisment

ସୂଚନା ଅନୁସାରେ, ୨୩ ଏପ୍ରିଲ୍‌ ୨୦୨୩ରେ ଏହି ଫଟୋଟି ସୋସିଆଲ ମିଡିଆରେ ଅପଲୋଡ୍‌ ହୋଇଥିଲା। ତେବେ ଏହା ପୂର୍ବରୁ ଉଜୈନ ପୋଲିସ୍‌ ଦୁର୍ଲଭ କଶ୍ୟପ ନାମରେ ଚାଲୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା। ଯିଏ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଗ୍ୟାଙ୍ଗରେ ସଦସ୍ୟଙ୍କୁ ନିଯୁକ୍ତି ଦେଉଥିଲେ, ଏବଂ ବନ୍ଧୁକ, ବିଭିନ୍ନ ଅସ୍ତ୍ରଶସ୍ତ୍ରର ଫଟୋ ପୋଷ୍ଟ କରି ଆତଙ୍କ ଖେଳାଉଥିଲେ। ତେବେ ଏହି ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ଦୁର୍ଲଭ କଶ୍ୟପ ଏକ ଗ୍ୟାଙ୍ଗୱାରରେ ୨୦୨୦ ସେପ୍ଟେମ୍ବରରେ ମୃତ୍ୟୁବରଣ କରିଥିଲା।

Online Shopping Social Media Pistol Found Pistol
Advertisment
Advertisment