Advertisment

ଜମାକରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର କୁନ୍ତିଲତା ଫେରାର

ଏହାପରଠୁ କୁନ୍ତିଲତା ଗଞ୍ଜୁ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ନ ପାଇ ଉତ୍ତ୍ୟକ୍ତ ଜମାକାରୀ ଟଙ୍କା ଫେରସ୍ତ ଦାବିରେ ସ୍ଥାନୀୟ ଜମାକାରୀ ଡାକ ବିଭାଗ ଅଧିକାରୀଙ୍କୁ ବହୁ ଘଣ୍ଟା ଧରି ଅଟକ ରଖିଥିଲେ l

ଅଦ୍ୟତନ ହୋଇଛି
Postmaster On the run after Duping Depositors In Sundargarh

Fraud Post Master

Advertisment

ଡାକ ବିଭାଗରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ। ପୋଷ୍ଟ ମାଷ୍ଟର ଫେରାର୍। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁମଝରିଆ ଶାଖା ଡାକ ବିଭାଗରେ ଏହି ହେରଫେର ଅଭିଯୋଗ ହୋଇଛି। ଟଙ୍କା ଫେରସ୍ତ ଦାବିରେ ସ୍ଥାନୀୟ ଜମାକାରୀ ଡାକ ବିଭାଗ ଅଧିକାରୀଙ୍କୁ ବହୁ ଘଣ୍ଟା ଧରି ଅଟକ ରଖିଥିଲେ l ପରିସ୍ଥିତି ଉତ୍ତେଜନା ଥିବାରୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ବୀରମିତ୍ରପୁର ଥାନା ପୋଲିସ।

Advertisment

ଗତ ମେ ୮ ତାରିଖରୁ ଫାରେର ଅଛନ୍ତି ପୋଷ୍ଟ ମାଷ୍ଟର କୁନ୍ତିଲତା ଗଞ୍ଜୁ। କିଛି ଦିନ ପୂର୍ବେ ଜଣେ ମହିଳା ଜମାକାରୀ ଜମା ଅର୍ଥ କାଢ଼ିବାକୁ କୁମଝରିଆ ପୋଷ୍ଟ ଅଫିସ ଯାଇଥିଲେ। ଫେରାର୍ ପୋଷ୍ଟ ମାଷ୍ଟରଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଯାଇଥିଲେ କୁଆଁରମୁଣ୍ଡା ଶାଖା। ସେଠାରେ ତାଙ୍କ ଆକାଉଣ୍ଟରେ କୌଣସି ଅର୍ଥ ଜମା ହୋଇ ନଥିବା ଜାଣିଥିଲେ। ପରେ ଅନ୍ୟ ଜମାକାରୀ ମଧ୍ୟ ସେମାନଙ୍କର ଆକାଉଣ୍ଟରେ ଟଙ୍କା ଜମା ହୋଇ ନ ଥିବା ଜାଣିବାକୁ ପାଇଥିଲେ।

ଅଧିକ ପଢ଼ନ୍ତୁ: ବବିଙ୍କ କ୍ୱାର୍ଟର୍ସରେ GA ଅଧିକାରୀ, କହିଲେ ବେଆଇନ ନିର୍ମାଣ ହୋଇଥିଲେ କାର୍ଯ୍ୟାନୁଷ୍ଠାନ

Advertisment

ଏହାପରଠୁ କୁନ୍ତିଲତା ଗଞ୍ଜୁ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ନ ପାଇ ଉତ୍ତ୍ୟକ୍ତ ଜମାକାରୀ ଟଙ୍କା ଫେରସ୍ତ ଦାବିରେ ସ୍ଥାନୀୟ ଜମାକାରୀ ଡାକ ବିଭାଗ ଅଧିକାରୀଙ୍କୁ ବହୁ ଘଣ୍ଟା ଧରି ଅଟକ ରଖିଥିଲେ l ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ବୀରମିତ୍ରପୁର ଥାନା ପୋଲିସ।

ରାଉରକେଲା ପୋଷ୍ଟାଲ ଡିଭିଜନ୍ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ କହିଛନ୍ତି, ପାଞ୍ଚ ବର୍ଷ ହେବ ଜମା ଅର୍ଥ ହେରଫେର ହୋଇଛି। ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ।

Advertisment

Fraud Post Office
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ