Advertisment

ଫେସ୍‌ବୁକ୍‌ରେ LIVE ଆସି ସୁଇସାଇଡ୍‌ କରିବା ପାଇଁ ବାହାରିଥିଲେ, ହେଲେ ଜାଣି ନଥିଲେ ହଠାତ୍ ଏମିତି ହେବ...

ଫେସ୍‌ବୁକ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ, ହେଲେ ହଠାତ୍‌ ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଆଉ ଯୁବକଙ୍କୁ ବଞ୍ଚାଇ ଦେଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Man Live Streams His Suicide

Delhi youth live streams suicide bid on Facebook saved by police

ଫେସ୍‌ବୁକ୍‌(Facebook)ରେ ଲାଇଭ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ, ହେଲେ ହଠାତ୍‌ ଖବରପାଇ ପହଞ୍ଚିଗଲା ପୋଲିସ୍‌। ଆଉ ଯୁବକଙ୍କୁ ବଞ୍ଚାଇ ଦେଇଥିଲା। ସୋମବାର ରାତିରେ ଦିଲ୍ଲୀରେ ଏହି ଘଟଣା ଘଟିଥିଲା। ପୋଲିସ୍‌ ସୂଚନା ଅନୁସାରେ, ଉତ୍ତର-ପୂର୍ବ ଦିଲ୍ଲୀ ନନ୍ଦନଗରୀର ୨୫ ବର୍ଷୀୟ ଯୁବକ ଫେସ୍‌ବୁକ୍‌ରେ ଲାଇଭ୍‌ ଆସି ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରୁଥିଲେ। 

Advertisment

ଅଧିକ ପଢ଼ନ୍ତୁ: ‘ବାବାମାମା ମୋତେ କ୍ଷମା କରିଦେବ’ : ଚିକିତ୍ସା ଖର୍ଚ୍ଚ ଅଧିକ ହେବାରୁ ଆତ୍ମହତ୍ୟା କଲେ ଯୁବକ

ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଏନେଇ ଫେସ୍‌ବୁକ୍‌ ଟିମ୍ ଜାଣିବା ପରେ ଏ ସମ୍ପର୍କରେ ଦିଲ୍ଲୀ ପୋଲିସ୍‌କୁ ଜଣାଇଥିଲେ। ଫେସ୍‌ବୁକ୍‌ରୁ ଆଲର୍ଟ ପାଇବା ପରେ ଦିଲ୍ଲୀ ପୋଲିସ୍‌ର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ୍‌ ଷ୍ଟ୍ରାଟେଜିକ୍‌ ଅପରେସନ୍‌(IFSO) ୟୁନିଟ୍‌ ନନ୍ଦ ନଗରୀ ପୋଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୋଲିସ୍‌ ଲୋକେସନ୍‌ ଟ୍ରାକ୍‌ କରି ସମ୍ପୃକ୍ତ ଯୁବକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। 

Advertisment

ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ୍‌ର ଏକ ଟିମ୍‌ ଲୋକେସନ୍‌ ଟ୍ରାକ୍‌ କରି ସମ୍ପୃକ୍ତ ଯୁବକଙ୍କ ଘରେ ପହଞ୍ଚି ଥିଲେ। ଏହାପରେ ପୋଲିସ୍‌ ଜାଣିବାକୁ ପାଇଥିଲା, ଯୁବକ ଜଣକ ଶୋଇଥିବା ଅବସ୍ଥାରେ ବେଡ୍‌ ଉପରେ ପଡ଼ିଛନ୍ତି। ପୋଲିସ୍‌ ତାଙ୍କୁ ଉଦ୍ଧାର କରି ଜିଟିବି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ତେବେ ଚିକିତ୍ସା ପରେ ଯୁବକଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। 

ଯୁବକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ମାର୍ଚ୍ଚ ୮ରୁ ସେ ଡ୍ରିପେସନ୍‌ରେ ଥିଲେ। ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ। 

Suicide Case Youth Suicide
Advertisment
Advertisment