Advertisment

ସେଫ୍‌ରୁ ମର୍ଡରର; ପ୍ରେମିକାକୁ ଚାପଡ୍‌ରେ ଖଣ୍ତ ଖଣ୍ତ କରି କାଟିଦେଲା ନୃଶଂସ ପ୍ରେମିକ

ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା ।

author-image
System Administrator
ଅଦ୍ୟତନ ହୋଇଛି
Delhi Shraddha Murder Case

Shradha Death Case

ଦିଲ୍ଲୀରେ ଗାର୍ଲଫ୍ରେଣ୍ଡକୁ ହତ୍ୟା ପରେ ୩୫ ଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ଫିଙ୍ଗିବା ଘଟଣା ବୟଫ୍ରେଣ୍ଡ ଅଫତାବ୍ ଅମିନ ପୁନାୱାଲାକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା । ଏହାସହ ତଥ୍ୟ ମିଳିଛି ଯେ ପ୍ରେମିକ ଅଫତାବ୍ ଜଣେ ସେଫ୍ ଭାବେ ଟ୍ରେନିଂ ନେଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଫ୍ରିଜ୍‌ରେ ପୁରୁଣା ପ୍ରେମିକାର ଶବ, ରୁମରେ ନୂଆ ପ୍ରେମିକା ! ଅଫତାବ କହିଲା.. Yes I Killed Her

ମାଂସ କଟା ଯାଉଥିବା ଚାପଡ୍‌ର ବ୍ୟବହାର ସେ ଭଲଭାବେ ଜାଣିଥିଲା । ଯାହା ଫଳରେ କି ସେ ପ୍ରେମିକା ଶ୍ରଦ୍ଧାର ଶରୀରକୁ ଖଣ୍ଡ ଖଣ୍ଡ କରି ପ୍ରତିଦିନ ଜଙ୍ଗଲରେ ଫିଙ୍ଗିଥିଲା । ସବୁଦିନ ୨ଟା ରାତିରେ ଘରୁ ପଲିଥିନରେ ଶରୀର ଖଣ୍ଡଗୁଡିକୁ ନେଇ ଫିଙ୍ଗି ଆସୁଥିଲା । ବୁଲା ପଶୁଙ୍କୁ ଶରୀର ଖଣ୍ଡ ଗୁଡିକୁ ଖାଇବାକୁ ଦେଉଥିଲା । 

Advertisment

ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ ମୁଣ୍ଡକୁ ଉଦ୍ଧାର କରିପାରିନାହି ଦିଲ୍ଲୀ ପୋଲିସ । ମୁଣ୍ଡକୁ ଖୋଜିବାକୁ ଅଭିଯୁକ୍ତକୁ ଧରି ଆଖପାଖ ଜଙ୍ଗଲରେ ଖୋଜାଖୋଜି କରୁଛି । ସେହିପରି ହତ୍ୟାକାଣ୍ଡ ଘଟାଇବା ସମୟରେ ଶ୍ରଦ୍ଧା ଏବଂ ଅଫତାବ୍ ପିନ୍ଧିଥିବା ପୋାଷାକକୁ ମଧ୍ୟ ପୋଲିସ ଜବତ କରିନାହିଁ । ହତ୍ୟାକାଣ୍ଡ ଘଟାଇବା ପରେ ପୋଷାକଗୁଡିକୁ ପ୍ରମାଣ ନଷ୍ଟ ପାଇଁ ଡଷ୍ଟବିନ୍‌ରେ ପକାଇ ଦେଇଥିବା କହିଛି ଅଫତାବ୍ ।

ହତ୍ୟାକାଣ୍ଡ ଗତ ମେ ମାସରେ ଘଟିଥିବାବେଳେ ଏବେ ଏହି ପୋଷାକକୁ ଖୋଜି ପାଇବା ପୋଲିସ ପାଇଁ କଷ୍ଟକର ହୋଇ ପଡିଛି । ଘଟଣାକୁ କୋର୍ଟରେ ପ୍ରମାଣ କରିବାକୁ ହେଲେ ପୋଲିସକୁ ବଳିଷ୍ଠ ପ୍ରମାଣ ସଂଗ୍ରହ କରିବାକୁ ପଡିବ । ଅନେକ ସମୟରେ ଏହି ଭଳି ମାମଲାରେ ଅଭିଯୁକ୍ତ ପୋଲିସ ପାଖରେ ଦେଇଥଇବା ବୟାନକୁ କୋର୍ଟରେ ବଦଳାଇ ଦେଇଥାଏ । ବଳିଷ୍ଠ ପ୍ରମାଣ ନଥିଲେ ମାମଲାରେ ଅଭିଯୁକ୍ତକୁ ଦୋଷୀକୁ ସାବ୍ୟସ୍ତ କରିବା ଅସମ୍ଭବ ହୋଇଥାଏ ।

ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ମହିଳା କମିଶନ । ଦିଲ୍ଲୀରେ ଏଭଳି  ଘଟଣା ହୃଦୟ ବିଦାରକ । ଦିଲ୍ଲୀ ପୋଲିସ ଅଭିଯୁକ୍ତ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି କମିଶନ ଅଧ୍ୟକ୍ଷା ରେଖା ଶର୍ମା । ଏହା ସହ ଦିଲ୍ଲୀ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ।

Murder Murder Case Crime
Advertisment
Advertisment