Advertisment

ସାଙ୍ଗର ଝିଅକୁ ବି ଛାଡ଼ିଲେନି ! ସ୍ୱାମୀ ଗର୍ଭବତୀ କରାଇଲେ, ଆଉ ପତ୍ନୀ ଗର୍ଭପାତ !

ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା’ଙ୍କୁ କହିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Crime Against Women

Crime Against Women

ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ନିଲମ୍ବିତ ବରିଷ୍ଠ ଅଧିକାରୀ ପରମୋଦୟ ଖାକାଙ୍କ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ହୋଇଥିବା ଖାକାଙ୍କୁ ଏବେ ପୋଲିସ୍ ଜେରା କରୁଛି । ପୋଲିସ୍ ଘଟଣାର ତଦନ୍ତ କରି ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି। ପରମୋଦୟ ତାଙ୍କ ସାଙ୍ଗର ଝିଅକୁ ଘରେ ଆଶ୍ରୟ ଦେବା ନାଁରେ ଦୁଷ୍କର୍ମ କରୁଥିଲେ। ଦୁଷ୍କର୍ମ କରିବା ପୂର୍ବରୁ ସେ ଛୋଟ ଝିଅକୁ ନିଶା ଦେଉଥିଲେ। ଏକଦା ଏଥିପାଇଁ ତାଙ୍କ ଶରୀରରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା ବୋଲି ପୋଲିସ୍‌ କହିଛି।

Advertisment

୨୦୨୦ ଅକ୍ଟୋବର ୧ ତାରିଖରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ପରମୋଦୟ ଖାକାଙ୍କ ଘରେ ରହୁଥିଲେ। ୨୦୨୦ ନଭେମ୍ବରରୁ ୨୦୨୧ ଫେବୃଆରୀ ମାସ ମଧ୍ୟରେ ପରମୋଦୟ ଖାକା ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଥରେ ଗର୍ଭବତୀ ମଧ୍ୟ ହୋଇଥିଲେ। ଏହା ଜଣାପଡ଼ିବା ପରେ ପରମୋଦୟଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ।

ଏହି ଘଟଣା ପୀଡ଼ିତାଙ୍କ ଉପରେ ଖରାପ ପ୍ରଭାବ ପକାଇଛି। ସେ ସେହି କଥା ଗୁଡ଼ିକୁ ମନେ ପକାଇ ଡରି ଯାଉଛନ୍ତି ଓ ଅସ୍ୱାଭାବିକ ଆଚରଣ କରୁଛନ୍ତି।ସେଥିପାଇଁ ସପ୍ତାହେ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବାରମ୍ବାର କାଉନସେଲିଂ କରିବା ପରେ ନାବାଳିକା ଜଣଙ୍କ ତାଙ୍କ ସହିତ ଘଟିଥିବା ଘଟଣା ସଂପର୍କରେ କହିଥିଲେ।

Advertisment

କୁତ୍ସିତ କାଣ୍ଡ ଘଟାଇବା ପରେ ପୋଲିସ୍‌ ଆଖିରେ ଧୂଳିଦେବାକୁ ଉଦ୍ୟମ କରିଥିଲେ ଅଫିସର । ଅଙ୍କଲ୍ ଡାକୁଥିବା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରି ଗର୍ଭବତୀ କରିଥିବା ବିକୃତ ମାନସିକଧାରୀ ମଣିଷ ସପରିବାରେ ଖସିଯିବାକୁ ଉଦ୍ୟମ କରୁଥିଲା । ବର୍ତ୍ତମାନ ସେହି ସମୟର ଏକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି । ସୋମବାର ସକାଳ ୯.୩୫‌ରେ ଖସିଯିବାକୁ ଚେଷ୍ଟା କରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ନୀଳ ରଙ୍ଗର ଏକ ସାର୍ଟ ପିନ୍ଧି ଏକ କାର ଚଳାଇ ଖସିଯିବାକୁ ଉଦ୍ୟମ କରୁଥିଲା । ଏବେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରୁଛି ଦିଲ୍ଲୀ ପୋଲିସ।

କେବଳ ଏତିକି ନୁହେଁ ଆଇନ ଜାଲରୁ ରକ୍ଷା ପାଇବା ପାଇଁ ସେ ଆଗୁଆ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା । ଗିରଫଦାରୀକୁ ଏଡାଇବା ପାଇଁ ସେ କୋର୍ଟରେ ଜାମିନ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିଲା। ହେଲେ ଠିକ୍ ସମୟରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ପୋଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୦ରେ ଝିଅଟିକୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ। ଏହାର ଫାଇଦା ଉଠାଇ ଖାକା ଝିଅଟିକୁ ତାଙ୍କ ଘରେ ଆଶ୍ରୟ ଦେଇଥିଲେ। କିନ୍ତୁ ୨୦୨୦ ଅକ୍ଟୋବର ୩୧ରେ ସେ ପ୍ରଥମଥର ପାଇଁ ଝିଅଟିକୁ ଘର ଭିତରେ ଦୁଷ୍କର୍ମ କରିଥିଲେ। ଝିଅଟି ତାଙ୍କ ମା’ଙ୍କ ସହ ଖାକାଙ୍କ ବୁରାରୀ ଘରକୁ ଆସିଥିଲେ। ହେଲେ ବାପାଙ୍କ ମୃତ୍ୟୁର କିଛି ଦିନ ପରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା’ଙ୍କୁ କହିଥିଲେ।

ବୁରାରୀରେ ୫ ମାସ ରହିବା ସମୟରେ ସେ ଆଉ ଥରେ ମଧ୍ୟ ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୨୧ ଫେବୃଆରୀରେ ଏହି ଘଟଣା ଘଟିଥିଲା। ଏହାର ମାସକ ପରେ ଝିଅ ଝାରଖଣ୍ତରେ ଗୋଟିଏ ପାରିବାରିକ କାର୍ଯ୍ୟକ୍ରମକୁ ଯାଇଥିଲେ। କିନ୍ତୁ ସେଠାରୁ ଆଉ ଖାକାଙ୍କ ଘରକୁ ଫେରି ନଥିଲେ। ସେ କହିଥିଲେ ଯେ ଖାକା ତାଙ୍କୁ ଚର୍ଚ୍ଚ ସହ ଘର ଭିତରେ ମଧ୍ୟ ବାରମ୍ବାର ଅସଦାଚରଣ କରୁଛନ୍ତି ।

ବର୍ତ୍ତମାନ ୧୭ ବର୍ଷରେ ପାଦ ଦେଇଥିବା ଝିଅଟି ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ବାପାଙ୍କ ମୃତ୍ୟୁ ପରେ ସେ ଅନେକ ଥର ପ୍ୟାନିକ ଆଟାକର ସମ୍ମୁଖୀନ ହୋଇଛନ୍ତି । ତେଣୁ ସେ ନବମ ଶ୍ରେଣୀରୁ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଏହାପରେ ସେ ଗୋଟିଏ ଓପନ ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟରେ ନାଁ ଲେଖାଇଥିଲେ । ଛୋଟ ଝିଅଟି ବାପାଙ୍କ ମୃତ୍ୟୁ ଓ ଦୁଷ୍କର୍ମ ଭଳି ସାଂଘାତିକ ଘଟଣା ଯୋଗୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ସମ୍ଭବତଃ ଏହି କାରଣରୁ ପରମୋଦୟଙ୍କ ସମ୍ପର୍କରେ କାହାକୁ କିଛି କହି ନଥିଲେ ବୋଲି ପୋଲିସ୍‌ ସନ୍ଦେହ କରୁଛି।

Crime Against Women
Advertisment
Advertisment