• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଛି ସମୟ ପାଇଁ ବଜାର ଉପରେ ଖେଳିଗଲା ଆତଙ୍କ । ଅଚାନକ ଜଣେ ବ୍ୟକ୍ତି ଭୁଜାଲି ଧରି ଲୋକଙ୍କ ଆଡ଼କୁ ମାଡ଼ି ଆସିଲା । ଆଉ ଗୋଟିଏ ହାତରେ ପିସ୍ତଲ ବି ଧରିଥିଲା । ଖାଲି ସେତିକି ନୁହେଁ ବ୍ଲାଙ୍କ୍‌ ଫାୟାରିଂ ବି କରୁଥିଲା । ନିଜ ବେକକୁ ନିଜେ ଭୁଜାଲିରେ କାଟିଥିଲା । ଏମିତି ପରିସ୍ଥିତିରେ ସାଧାରଣ ଲୋକଟି ଡରିବା ସ୍ୱାଭାବିକ୍ । କେମିତି ବା ଜଣେ ଲୋକ ଏଭଳି ପରିସ୍ଥିତିରେ ନଡରିବ । ବ୍ଲାଙ୍କ୍‌ ଫାୟରିଂ ବେଳେ ଗୁଳି କୁଆଡ଼େ ଯିବ କାହା ଦେହରେ ବାଜିବ ତାହା କିଏ କହିବ ? ତେଣୁ ଯୁବକଙ୍କ ଏଭଳି ଉନ୍ମତ୍ତକାଣ୍ଡ ଦେଖି ବଜାର ଉପରେ ଉପସ୍ଥିତ ଥିବା ସାଧାରଣ ଲୋକ ଏଣେତଣେ ଦୌଡ଼ିବାକୁ ଲାଗିଲେ । ଯିଏ ଯାହାର ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ଦୁରେଇଯିବାକୁ ଚେଷ୍ଟା କଲେ ।

ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ନାଥୁ କଲୋନୀ ନିକଟରେ ଏଭଳି ଘଟଣା ଘଟିଛି । ବନ୍ଧୁକ ଓ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ଦୁର୍ବୃତ୍ତ ଜଣକ ହେଉଛି କ୍ରୀଷାନ୍ ସେରୱାଲ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିଛି । ଗୋଟିଏ ନୁହେଁ ମାତ୍ର ୧୦ ମିନିଟ ବ୍ୟବଧାନରେ ଦୁଇ ଦୁଇଟି ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତକୁ କାବୁ କରିନେଇଛି ।

ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଉକ୍ତ ବ୍ୟକ୍ତି ଭୁଜାଲିରେ ନିଜ ବେକ ନିଜେ କାଟିଥିବା ସହ ଚିତ୍କାର କରି ଲୋକଙ୍କ ଆଡ଼କୁ ମାଡ଼ି ଆସିଥିଲା । ଫଳରେ ଲୋକମାନେ ଡରିଯାଇଥିଲେ। ଏହି ସମୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା । ଏଥିରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଦୁର୍ବୃତ୍ତ ଜଣକ ପୋଲିସ ଅଧିକାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇ ବ୍ଲାଙ୍କ୍‌ ଫାୟାରିଂ କରି ଲୋକଙ୍କୁ ଡରାଇଥିଲା । ହେଲେ ପର ମୁହୁର୍ତ୍ତରେ ପୋଲିସ ଅଧିକାରୀ ତାକୁ କାବୁ କରି ବନ୍ଧୁକ ଛଡ଼ାଇ ଆଣିଥିଲେ ।

ଏହାସହ ପୋଲିସ କହିଛି ଯେ, କ୍ରୀଷାନ୍‌ ସେରୱାଲକୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି । ତାର ଚିକିତ୍ସା ଚାଲିଛି । ଆହତ ପୋଲିସ ଅଧିକାରୀ ଏବେ ସୁସ୍ଥ ଅଛନ୍ତି ।  

ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ କ୍ରୀଷାନ୍‌ ବିରୋଧରେ ୩୦୭, ୩୯୪, ୩୯୭, ୧୮୬ ଏବଂ ୩୫୩ ଦଫା ଲଗାଯାଇଛି ।  ସେରୱାଲ ଏବେ ପତ୍ନୀଠାରୁ ଅଲଗା ରହୁଥିଲା । ତେଣୁ ସେ ଡିପ୍ରେସନ୍‌ରେ ରହି ଏଭଳି କରିଥିବା ଆଶଙ୍କା କରୁଛି ପୋଲିସ ।