• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ୨୦୦୮ରେ ହୋଇଥିବା ଏହି ହତ୍ୟାକାଣ୍ଡରେ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସାକେତ କୋର୍ଟ । ଏମାନେ ହେଲେ ରବି କପୁର, ଅମିତ ଶୁକ୍ଲା, ବଲଜିତ୍ ମଲିକ, ଅଜୟ କୁମାର ଏବଂ ଅଜୟ ସେଠୀ । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେହିଦିନ ହିଁ ଦୋଷୀଙ୍କୁ ଦଣ୍ଡ ଶୁଣାଇବେ କୋର୍ଟ । ଲୁଟ୍ ଏବଂ ହତ୍ୟା ନେଇ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ମାମଲାକୁ ୧୫ ବର୍ଷ ବିତିଥିବା ବେଳେ ଏବେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୦୮ରେ ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଦକ୍ଷିଣ ଦିଲ୍ଲୀର ନେଲସନ୍ ମାଣ୍ଡେଲା ମାର୍ଗରେ ଏକ କାର ମଧ୍ୟରୁ ସୌମ୍ୟା ବିଶ୍ୱନାଥନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୋଲିସ । ୨୦୦୯ରୁ ଅଭିଯୁକ୍ତ ମାନେ ଜେଲରେ ଅଛନ୍ତି।