ଦୀପିକା-ଦିନେଶ ମାମଲା: ପ୍ରେମିକଙ୍କ ପରିବାର ଚିରିଦେଲେ ପାଲ, ଦୁଆର ମୁହଁରେ ଯୁକ୍ତିତର୍କ

ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ।

Dipika

ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଧାରଣା ୬୫ ଦିନରେ ପହଂଚିଥିବା ବେଳେ ଆଜି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ପ୍ରେମିକଙ୍କ ପିତା ମାତା ନଥିବାବେଳେ ଆଜି ସେମାନେ ଘରେ ପଞ୍ଚିଥିଲେ । ଫଳରେ ଦୁଆର ମୁହଁରେ ବସିଥିବା ଦୀପିକାଙ୍କ ସହ ସେମାନଙ୍କର ଯୁକ୍ତି ତର୍କ ହୋଲିଥିଲା । ପରେ ଦୀପିକା ନିଜେ ବସିବା ପାଇଁ ଟାଣିଥିବା ପାଲକୁ ଭିଡି ଚିରି  ଦେଇଥିଲେ ପ୍ରେମିକଙ୍କ ପରିବାର ଲୋକେ । ଯାହା ଫଳରେ ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

ଅଧିକ ପଢ଼ନ୍ତୁ: ପୁଣି ଜଣେ ତପସ୍ୱିନୀ ! ସ୍ତ୍ରୀର ମର୍ଯ୍ୟାଦା ପାଇଁ ସ୍ୱାମୀ ଘର ଆଗରେ ଦୀପିକାଙ୍କ ଧାରଣା

ତେବେ ଏହାରି ଭିତରେ ଦୀପିକା ରାଗି ଯାଇ ଗଣମାଧ୍ୟମ ସମ୍ମୁଖରେ ହାତ କଟିବାକୁ ପ୍ରୟାସ କରିଥିଲେ । ଏହା ସହ କହିଛନ୍ତି ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ।