Advertisment

ଖୁବ୍‌ ଶୀଘ୍ର ବନ୍ଦ ହେବ ଡିପ୍‌ ଫେକ୍‌, ଆସିବ କଡ଼ା ନିୟମ..!

କିଛି ଦିନ ତଳେ ଅଭିନେତ୍ରୀ ରଶ୍ମିକା ମାନ୍ଧାନା, ସାରା ତେନ୍ଦୁଲକର, କାଜୋଲ, କ୍ୟାଟ୍ରିନା କୈଫଙ୍କ ଭିଜୁଆଲକୁ ନେଇ ଡିପ୍ ଫେକ୍ କରାଯାଇଥିଲା ।

ଅଦ୍ୟତନ ହୋଇଛି
Regulation To Tackle Deepfakes Videos

Deep Fake

Advertisment

ଡିପ୍ ଫେକ୍ ରୋକିବାକୁ ଆସିବ ନୂଆ ନିୟମ। କେନ୍ଦ୍ର ସରକାର ଏହି ନିୟମ ଆଣିବେ। ସୋସିଆଲ ମିଡିଆ କମ୍ପାନି, ନାସକମ୍, ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବିଶେଷଜ୍ଞଙ୍କୁ ନେଇ ଖୁବ ଶୀଘ୍ର ଚିଠା ନିୟମ ପ୍ରସ୍ତୁତ ହେବ ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ଡିପ୍ ଫେକ୍‌କୁ ନେଇ ଆଜି ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ସହିତ କେନ୍ଦ୍ର ସରକାରଙ୍କ ବୈଠକ ହୋଇଛି। ଏଥିରେ ଚାରି ସୂତ୍ରୀ ଉପରେ ଫୋକସ୍ ଦିଆଯାଇଛି। ଡିପ୍ ଫେକ୍ ଡିଟେକସନ, ରିପୋର୍ଟିଂ, ପ୍ରିଭେନସନ୍ ଓ ସଚେତନତା ଉପରେ ଦିଆଯାଇଛି ଗୁରୁତ୍ୱ । କିଛି ଦିନ ତଳେ ଅଭିନେତ୍ରୀ ରଶ୍ମିକା ମାନ୍ଧାନା, ସାରା ତେନ୍ଦୁଲକର, କାଜୋଲ, କ୍ୟାଟ୍ରିନା କୈଫଙ୍କ ଭିଜୁଆଲକୁ ନେଇ ଡିପ୍ ଫେକ୍ କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା ଓ ଏହାକୁ ରୋକିବାକୁ ନିୟମ ଦରକାର ବୋଲି ମତ ପ୍ରକାଶ ପାଇଥିଲା।

ଅଧିକ ପଢ଼ନ୍ତୁ: ‘ଡିପଫେକ୍‌ ଏକ ବଡ଼ ସମସ୍ୟା, AI ର ଦୁର୍ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ’

Advertisment

ରଶ୍ମିକା ମନ୍ଦନାଙ୍କ ‘ଡିପ୍ ଫେକ୍’ ଭିଡିଓ ଭାଇରାଲ୍ ପରେ ଆକ୍ସନ୍ ମୁଡକୁ ଆସିଥିଲା କେନ୍ଦ୍ର ସରକାର। ସୋସିଆଲ୍ ମିଡିଆରେ ଏଭଳି ମିଛ ଓ ଆପତ୍ତିଜନକ ଭିଡିଓ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏକ ଆଡଭାଇଜରୀ ଜାରି କରାଯାଇଥିଲା । ଯଦି, ସୋସିଆଲ୍ ମିଡିଆରେ ଏଭଳି ପୋଷ୍ଟ କରାଯାଇଛି ତୁରନ୍ତ ଡିଲିଟ୍ କରିବାକୁ କୁହାଯାଇଛି। ନହେଲେ ଅଭିଯୋଗ ହେବାର ୩୬ ଘଣ୍ଟା ଭିତରେ ଏହାକୁ ହଟାଇବ କେନ୍ଦ୍ର।

Advertisment

ସେପଟେ ରଶ୍ମିକାଙ୍କ ଫେକ୍ ଭିଡିଓ ଘଟଣାରେ ଆରମ୍ଭ ହୋଇଥିଲା ତଦନ୍ତ। ଭିଡିଓ କେଉଁ ଉତ୍ସରୁ ଅପଲୋଡ୍ ହେଇଥିଲା ? କିଏ ଏହାକୁ ବନାଇଥିଲା ସେ ସବୁ ଦିଗ ଉପରେ ତଦନ୍ତ କରାଯାଉଛି ।

କେନ୍ଦ୍ର ସରକାର ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ଏକ ଆଡଭାଇଜରୀ ଜାରି କରିବା ସହ ସେମାନଙ୍କୁ ଆଇଟି ଇଣ୍ଟରମିଡିଏତ୍ ନିୟମ ପାଳନ କରିବାକୁ କହିଛି। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୬D ଅନୁଯାୟୀ, କମ୍ପ୍ୟୁଟର ଉତ୍ସ ବ୍ୟବହାର କରି ପ୍ରତିରୋପଣ ଠକିଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ।

ନିୟମ ଅନୁଯାୟୀ, ଅଭିଯୋଗ ପାଇବା ପରେ କମ୍ପାନୀମାନଙ୍କୁ କଣ୍ଟେଟ ହଟାଇବାକୁ ପଡିବ। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଡିଜିଟାଲରେ ନାଗରିକଙ୍କ ସୁରକ୍ଷା ଏବଂ ବିଶ୍ୱାସ ଆମର ଅତୁଟ ପ୍ରତିବଦ୍ଧତା। ଏଥି ସହିତ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ଏହା ଏକ ସର୍ବୋଚ୍ଚ ପ୍ରାଥମିକତା। ଭୁଲ ତଥ୍ୟ ଏବଂ ଡିପ୍‌ଫେକ୍ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ଚିହ୍ନି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଗତ ୬ ମାସ ମଧ୍ୟରେ ଦ୍ୱିତୀୟ ଆଡଭାଇଜରି ଜାରି କରି ଅନ୍‌ଲାଇନ୍ ପ୍ଲାଟଫର୍ମଗୁଡିକୁ ଡିପ୍‌ଫେକ୍ ପ୍ରସାର ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ କହିଛି।

Deepfake Videos Aswini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ