Special Story: କୋଲକାତା ଟ୍ରିପଲ୍ ମର୍ଡର୍ କେସର ପର୍ଦ୍ଦାଫାସ, ହତ୍ୟାକାରୀ ନିଜ ପରିବାରର

ପ୍ରସୁନ ଓ ତାଙ୍କ ପରିବାରର ଲେଦର ବ୍ୟବସାୟ ଥିଲା । ପ୍ରସୁନଙ୍କ ବାପା ଜଣେ ସଫଳ ବ୍ୟବସାୟୀ ଥିଲେ । ହେଲେ ବସି ଖାଇଲେ ନଈ ବାଲି ସରିବା ଭଳି ପ୍ରସୁନ ଏବଂ ତାଙ୍କ ଭାଇ ପ୍ରଣୟ ସବୁ ପୁଞ୍ଜି ଖର୍ଚ୍ଚ କରି ଚାଲିଥିଲେ ।

ବିଳାସ ଜୀବନ ସଜେଇଲା ସୈତାନ

ବିଭତ୍ସ, ଭୟଙ୍କର... ପରିବାରର ତିନି ତିନି ଜଣଙ୍କୁ ନିର୍ମମ ହତ୍ୟା । ହାଇ ଷ୍ଟାଟସ୍ ମେଣ୍ଟେନ, ଫରେନ୍ ଟ୍ରିପ୍, ଦାମୀ କାର୍ ଚଢିବାର ସଉକ୍ ଉଜାଡ଼ି ଦେଇଛି ପରିବାର । କୋଲକାତା ଟ୍ରିପଲ୍ ମର୍ଡର ମାମଲାର ଏପରି କିଛି ରୋଚକ କାହାଣୀର ପର୍ଦ୍ଦାଫାସ୍ କରିଛି ପୋଲିସ । ହତ୍ୟାକାଣ୍ଡର ହତ୍ୟାକାରୀ ଆଉ କେହି ନୁହଁ, ବରଂ ନିଜ ପରିବାର ଲୋକ । ଅଭିଯୁକ୍ତ ପ୍ରସୁନ୍ ଦେ ପୋଲିସ ଆଗରେ ସବୁ ଦୋଷ ସ୍ୱୀକାର କରିଛି । ଋଣ ଭାରରୁ ସାମୂହିକ ଜୀବନ ହାରିବାର ଯୋଜନା, ଆଉ ଏହି ଯୋଜନା କିପରି ଗଣହତ୍ୟାରେ ପରିଣତ ହୋଇଛି, ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଅଧିକ ପଢ଼ନ୍ତୁ: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା

ପ୍ରସୁନ ଓ ତାଙ୍କ ପରିବାରର ଲେଦର ବ୍ୟବସାୟ ଥିଲା । ପ୍ରସୁନଙ୍କ ବାପା ଜଣେ ସଫଳ ବ୍ୟବସାୟୀ ଥିଲେ । ହେଲେ ବସି ଖାଇଲେ ନଈ ବାଲି ସରିବା ଭଳି ପ୍ରସୁନ ଏବଂ ତାଙ୍କ ଭାଇ ପ୍ରଣୟ ସବୁ ପୁଞ୍ଜି ଖର୍ଚ୍ଚ କରି ଚାଲିଥିଲେ । ଉଭୟଙ୍କ ହାଇ ଷ୍ଟାଟସ୍ ମେଣ୍ଟେନ୍ ଧୀରେ ଧୀରେ ସବୁ ପୁଞ୍ଜି ସାରିଦେଇଥିଲା । ଏତିକିରେ ମନ ବୁଝି ନଥିଲା ଯେ, ଇଏମଆଇ କରି ଦାମୀ କାର୍ ଚଢୁଥିଲେ । ଫଳରେ ପରିବାର ଉପରେ ୧୬ କୋଟି ଟଙ୍କାର ଋଣ ଭାର ରହିଯାଇଥିଲା । ଯାହାର ଚାପ ସୁଖର ସଂସାରକୁ ଛାରଖାର କରି ଦେଇଛି ।

ପୋଲିସର କହିବା ଅନୁସାରେ, ଋଣ ବୋଝରେ ପରିବାରର ସମସ୍ତ ସଦସ୍ୟ ସାମୂହିକ ଜୀବନ ହାରିବାକୁ ମନସ୍ତ କରିଥିଲେ । ଫେବୃଆରୀ ୧୭ରେ ଖାଦ୍ୟରେ ବିଷ ମିଶାଇ ଖାଇଥିଲେ । ମାତ୍ର କାହାର କିଛି ହୋଇନଥିଲା । ସକାଳେ ସମସ୍ତେ ଉଠିଥିଲେ । ଏହାପରେ ୧୯ରେ ପ୍ରସୂନ ଏବଂ ତାଙ୍କ ସ୍ତ୍ରୀ ଓ ଭାଉଜ ମିଶି ପ୍ରଥମେ ଝିଅକୁ ହତ୍ୟା କରିଥିଲେ । ସ୍ତ୍ରୀ ଓ ଭାଉଜ ଝିଅର ଗୋଡ଼କୁ ଚାପି ଧରିବା ପରେ ପ୍ରସୁନ ତାଙ୍କ ମୁହଁରେ ତକିଆ ଚାପି ମାରିଥିଲେ । ଝିଅର ଜୀବନ ଯିବା ପରେ ସେମାନଙ୍କୁ ବି ପ୍ରସୁନ ଅତି ନିର୍ମମ ଭାବେ ଗଳାକାଟି ମାରିଥିଲେ ।

ଏହାପରେ ପ୍ରସୁନ ଏବଂ ତାଙ୍କ ଭାଇ ଓ ଭାଇଙ୍କ ପୁଅ ସାମୂହିକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ବିଫଳ ହୋଇଥିଲେ। ତା ପରେ ସଡ଼କ ଦୁର୍ଘଟଣାରେ ଜୀବନ ହାରିବାର ପ୍ଲାନ୍ କରି କୋଲକାତାର ଏକ ବ୍ରିଜରେ ଜାଣି ଜାଣି କାର୍ ଧକ୍କା କରାଇଥିଲେ । ଏହିଠାରୁ ହିଁ ପୂରା କାହାଣୀର ଇଣ୍ଟରଭାଲ୍ ହୋଇଥିଲା । ଦୁଇ ଭାଇ ଓ ପୁତୁରା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ିଥିଲେ। ପରିବାର ଲୋକଙ୍କୁ ଖବର ଦେବା ବେଳକୁ ପୋଲିସ ଘରେ ଯାଇ ଦେଖେ ତ ତିନି ଜଣଙ୍କ ମୃତଦେହ ପଡ଼ିଛି। ଏବେ ପ୍ରସୁନ ସୁସ୍ଥ ହେବା ପରେ ପୋଲିସ ଆଗରେ ସବୁ ସତ ମାନିଛନ୍ତି। ପୋଲିସ ପ୍ରସୁନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୋଭ ଓ ମୋହ କିପରି ମଣିଷକୁ ରସାଗାମୀ କରିଦିଏ ଫିଲ୍ମ ଷ୍ଟୋରୀ ଭଳି ଲାଗୁଥିବା ଏ ସତ କାହାଣୀରୁ ସ୍ପଷ୍ଟ ।

ଅଧିକ ପଢ଼ନ୍ତୁ: କୁସଂଗରେ ପଡ଼ି ମଦ ପିଇଲା ଦଶମ ଶ୍ରେଣୀ ଛାତ୍ର, ତା’ପରେ ନିଜ ଘରୁ ଲୁଟିନେଲା କୋଟିଏ ଟଙ୍କା