Advertisment

୧୦ ବର୍ଷ ହେଲା ନିଖୋଜ ଥିଲେ, ମାଟି ଖୋଳିବା ପରେ ମିଳିଲା ମୃତଦେହ

ହତ୍ୟା କରି ମାଟିରେ ପୋତି ଦିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ୧୦ ବର୍ଷ ପରେ ମାଟିତଳୁ ପୋଲିସ ଉଦ୍ଧାର କରିଛି। ହତ୍ୟା ପରେ ମୃତଦେହ ପୋତାଯାଇଥିବା ସ୍ଥାନକୁ ଦୁଇ ଦିନ ଧରି ପୋଲିସ ଜେସିବି ସାହାଯ୍ୟରେ ଖୋଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Deadbody Found After 10 Years In Dhenkanal

Deadbody Found After 10 Years In Dhenkanal

୧୦ ବର୍ଷ ପରେ ମାଟିତଳୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ହତ୍ୟା କରି ମାଟିରେ ପୋତି ଦିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ୧୦ ବର୍ଷ ପରେ ମାଟିତଳୁ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଗାଁର ଦୋଳଗୋବିନ୍ଦ ବେହେରା।

Advertisment

ସୂଚନା ଅନୁସାରେ, ୨୦୧୩ ମସିହା ଜୁଲାଇ ମାସରୁ ଦୋଳଗୋବିନ୍ଦ ନିଖୋଜ ଥିଲେ। ପରିବାର ପକ୍ଷରୁ ପ୍ରଥମେ ଥାନାରେ ନିଖୋଜ ଅଭିଯୋଗ ହୋଇଥିଲା। ହେଲେ କୌଣସି ପତ୍ତା ନମିଳିବାରୁ ୧୫ ମାସ ପରେ ୨୦୧୪ ମସିହାରେ ହତ୍ୟା ଅଭିଯୋଗ କରାଯାଇଥିଲା। ଏହାର ୧୦ ବର୍ଷ ପରେ ନିଖୋଜ ଦୋଳଗୋବିନ୍ଦଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସତ ସାମ୍ନାକୁ ଆସିଛି।

ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ, ହତ୍ୟା ପରେ ମୃତଦେହ ପୋତାଯାଇଥିବା ସ୍ଥାନକୁ ଦୁଇ ଦିନ ଧରି ପୋଲିସ ଜେସିବି ସାହାଯ୍ୟରେ ଖୋଳିଥିଲା। ଏହାପରେ ୨ଟି ହାଡ଼ ସ୍ଥାନୀୟ ସୁନ୍ଦରୀଖାଲ ଅଞ୍ଚଳରୁ ମିଳିଥିଲା। ମୃତ ଦୋଳଗୋବିନ୍ଦ ବାରମ୍ଵାର  ଛେଳି  ଚୋରି କରୁଥିବାରୁ ସାମାନ୍ୟ ଛେଳି ଚୋରିକୁ ନେଇ ଇଲେକ୍ଟ୍ରି କରେଣ୍ଟ ଦ୍ୱାରା ଯୋଜନାବଦ୍ଧ ଭାବେ ହତ୍ୟା କରି ଗାତ ଖୋଳି ପୋତି ଦେଇଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଛନ୍ତି। ଯେଉଁଥିପାଇଁ ଘଟଣା ଉପରୁ ପରଦା ଉଠିବା ସହ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇଛି।  ଏହି ଘଟଣାରେ ଟାଉନ ଥାନା  ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Advertisment
Deadbody Found
Advertisment
Advertisment