Advertisment

ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ; ରେଡ୍ ବେଳେ ମିଳିଲା ବିପୁଳ ସମ୍ପତ୍ତି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Vigilance raids

ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ବିପୁଳ ସମ୍ପତ୍ତି। ତାଙ୍କ ଭୁବନେଶ୍ବର ଘରୁ ମିଳିଛି ପୁଳା ପୁଳା ସୁନା, ହୀରା ଓ ରୂପା ଗହଣା। ବିଭିନ୍ନ ଡିଜାଇନର ବହୁ ଗହଣା ସାଙ୍ଗକୁ ସୁନା ବିସ୍କୁଟ୍, ସୁନା କଏନ୍, ଭିନ୍ନ ଭିନ୍ନ ଡିଜାଇନ୍ ର ଦାମୀ ଘଣ୍ଟା ଏବଂ ବହୁ ବିଦେଶୀ ମୁଦ୍ରା ମିଳିଛି। 

Advertisment

ଯେମିତି ତାରାଙ୍କ ଘରେ ଏକ ମିନି ଜୁଏଲାରି ସପ୍ ହୋଇଥିଲା। R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ତାଙ୍କର ଚାକିରି କାଳ ଭିତରେ ଏତେ ସୁନା ଗହଣା, ଏତେ ଫ୍ଲାଟ୍ କିପରି କିଣିଲେ, ତାର ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାରାଙ୍କ ଭୁବନେଶ୍ବର, କଟକ, ଝାରସୁଗୁଡ଼ାରଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଭୁବନେଶ୍ବର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟ ଓ ଖଣ୍ଡଗିରି କସମୋପଲିସରେ ତାଙ୍କର ଦୁଇଟି ଫ୍ଲାଟ୍ ସମେତ, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର, ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଏକ ବଡ଼ ଟିମ୍ ଏକ ସମୟରେ ଚଢାଉ ଜାରି ରଖିଛି।

Advertisment

ନିକଟରେ ସେମିତି ଭିଜିଲାନ୍ସ ରେଡରୁ ଫିଟିଥିଲା ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ପେଡି। OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ । କୋଟିଏ ୩୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ମିଳିଥିଲା । ବାବୁଙ୍କର ମାଳ ମାଳ ପ୍ଲଟ ଓ ଏକାଧିକ ଫ୍ଲାଟ ରହିଛି। ୪୨ଟି ପ୍ଲଟ୍ ଠାବ ହୋଇଥିଲା । ଯେଉଁଥିରୁ କେବଳ ଯାଜପୁରରେ ରହିଛି ୩୨ଟି । ଭୁବନେଶ୍ବରରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ୨ଟି ଫ୍ଲାଟ୍ ଥିବା ବେଳେ ଭଦ୍ରକରେ ୩ ମହଲା କୋଠା ରହିଛି।

ରେଡ ବେଳେ ତାଙ୍କ ଘରୁ ଆଖି ତରାଟିଲା ଭଳି ସୁନା ଗହଣା ମିଳିଥିଲା। କେଜିଏରୁ ଅଧିକ ସୁନା ଗହଣା ଓ ଅଧକିଲୋ ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ଏହା ବ୍ୟତୀତ ବାବୁଙ୍କର କ୍ରସର ୟୁନିଟ୍, ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର ବି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କ ଘର, ପୈତୃକ ଘର ଓ ଅଫିସ୍ ସମେତ ୧୨ଟି ଠିକଣାରେ ଏକାସଙ୍ଗେ ପଞ୍ଝା ମାରିଥିଲା । ଗତ ସପ୍ତାହ ଭିତରେ ୧୦ରୁ ଅଧିକ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଲେଣି। 

Vigilance Vigilance Raid
Advertisment
Advertisment