• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାଇବର ଲୁଟେରାଙ୍କ ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର । କ୍ରିପ୍ଟୋ କରେନସି କିଣିବା ଲୋଭରେ ହରାଇଛନ୍ତି ୪୩ ଲକ୍ଷ ଟଙ୍କା । ଜଣେ ୨୦ ଲକ୍ଷ ଅନ୍ୟ ଜଣେ ୨୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ଶିକାର ହୋଇଛନ୍ତି । ଏକ ନକଲି ୱେବସାଇଟରେ ଟଙ୍କା ଲଗାଇ ଏମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଏ ନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ସିଡିଏ ଓ ପୁରୀଘାଟ ଅଞ୍ଚଳର ଦୁଇ ଯୁବକ ।

ପ୍ରଥମେ ଉଭୟଙ୍କୁ ଏକ ୱାଟର୍ସ ଆପ ମେସେଜ ଆସିଥିଲା । ଏହାପରେ ଏକ ଗ୍ରୁପରେ ଆଡ କରି ଟାସ୍କ ଦିଆଯାଉଥିଲା। ଟାସ୍କ ପୁରଣ କଲେ ସଂଙ୍ଗେ ସଂଙ୍ଗେ ଟଙ୍କା ମିଳି ଯାଉଥିଲା। ଏହାପରେ ଲୋଭର ବଶବର୍ତ୍ତୀ ହୋଇ ଗୋଟିଏ ପରେ ଗୋଟିଏ ଟାସ୍କ ଖେଳିଥିଲେ । ପ୍ରତି ଟାସ୍କ ପିଛା ୩୦ ପ୍ରତିଶତ ଟଙ୍କା ମିଳିବ ବୋଲି କୁହାଯାଇଥିଲା । ସେଥିପାଇଁ ପ୍ରଥମେ ଟଙ୍କା ଡିପୋଜିଟ କରୁଥିଲେ ଉଭୟ ଯୁବକ । ଏମିତି କରି ଉଭୟଙ୍କଠାରୁ ସାଇବର ଲୁଟେରା ୪୩ ଲକ୍ଷ ଟଙ୍କା ଠକି ନେଇଥିବା କୁହାଯାଉଛି ।

ସାଇବର ଠକଙ୍କ କବଳରୁ ବର୍ତ୍ତିବାକୁ ସବୁବେଳେ ପୋଲିସ୍‌ ଲୋକଙ୍କୁ ସଚେତନ କରଉଛି। ଅଜଣା ଲିଙ୍କ୍‌ କ୍ଲିକ୍‌ ନ କରିବା ସହ ଅଜଣା ଲୋକଙ୍କ ସହ ଓଟିପି ଶେଆର ନ କରିବାକୁ ସଚେତନ କରାଯାଉଛି। ଏହାସତ୍ତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ି ସର୍ବସ୍ୱ ହରାଉଛନ୍ତି ଲୋକେ। ମୁଖ୍ୟତଃ ସାଇବର ଠକଙ୍କ କବଳରେ ମୁର୍ଖ ଲୋକଙ୍କଠୁ ଅଧିକ ଶିକ୍ଷିତ ଲୋକ ପଡ଼ୁଥିବା ଜଣାଯାଇଛି।