Advertisment

Cyber Scam Arrest: ଓଡ଼ିଶାରେ ଠକେଇ, ବିହାରରୁ ଗିରଫ; ନକଲି ପରିଚୟ କରି ଠକୁଥିଲା ସାଇବର ଠକ

ପେଟ୍ରୋଲ ପମ୍ପ କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ବିହାରରୁ ଜଣେ ସାଇବର ଠକକୁ ଗିରଫ କରିଛି ଭୁବନେଶ୍ବର ସାଇବର ପୋଲିସ।

ଅଦ୍ୟତନ ହୋଇଛି
Cyber fraudster

Cyber fraudster

Advertisment

ମିଛ ପରିଚୟ ପତ୍ର ଦେଖାଇ ଓଡିଶାରେ ଲୋକଙ୍କୁ ଠକୁଥିବା ଜଣେ ସାଇବର ଠକ ଗିରଫ । ବିହାରରୁ ବନ୍ଧାହେଲା ଆଉ ଜଣେ ସାଇବର ଠକ । ପେଟ୍ରୋଲ ପମ୍ପ କରାଇ ଦେବାକୁ କହି ୨୦ ଲକ୍ଷ ଠକେଇ ମାମଲାରେ ବିହାରରୁ ଅଭିଯୁକ୍ତ ସତିଶ କୁମାରକୁ ଗିରଫ କରିଛି ଭୁବନେଶ୍ବର ସାଇବର ପୋଲିସ । ତା ନିକଟରୁ ୬ଟି ମୋବାଇଲ, ବ୍ୟାଙ୍କ ପାସବୁକ, ଲାପଟପ, ସିମକାର୍ଡ ସହ ଟଙ୍କା ମଧ୍ୟ ଜବତ କରାଯାଇଛି ।

Advertisment

ଅଭିଯୋଗ ଅନୁସାରେ, ଫେକ୍ ଓ୍ୱେବସାଇଟ ଖୋଲି ଲୋକଙ୍କୁ ଲୋଭ ଦେଖାଉଥିଲା ସତିଶ । ପେଟ୍ରୋଲ ପମ୍ପ କରାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଚେକ୍ ମାଧ୍ୟମରେ ୨୦ ଲକ୍ଷ ଟଙ୍କା ଲୁଟିନେଇଥିଲା । ଏନେଇ ଗତ ୨ ତାରିଖରେ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିବା ପରେ ତନାଘନା କରିଥିଲା ସାଇବର ପୋଲିସ ।

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ କିଏ ହେବେ ଟେଷ୍ଟ କ୍ୟାପଟେନ୍ ? ରେସ୍‌ରେ ଆଗରେ ରହିଛି ଗିଲ୍‌ଙ୍କ ନାଁ

Advertisment

ଅଭିଯୁକ୍ତ ସତିଶ ବିହାର ନୱାଡ ଜିଲ୍ଲାର ହୋଇଥିବା ବେଳେ ଗୋଲ୍ଡେନ କୁମାର ନାଁରେ ନିଜର ଫେକ୍ ପରିଚୟ ପତ୍ର ତିଆରି କରି ଠକେଇ କରୁଥିଲା । ସତିଶ ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ । ଏ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଜଗନ୍ନାଥ ସଂସ୍କୃତିକୁ ମାନୁନି ଇସ୍କନ, ଦକ୍ଷିଣ ଆଫ୍ରିକାରେ ପୁଣି ପାଳନ କଲା ଅଦିନିଆ ରଥଯାତ୍ରା

Advertisment
Cyber Crime In Odisha Cyber Crime Cyber Fraud Bhubaneswar DCP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ