• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ । ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ବ୍ୟକ୍ତି ସାଇବର ଅପରାଧର ଶିକାର ହେଉଛନ୍ତି । ଏଥିପାଇଁ ଅନେକ ପଦକ୍ଷେପ ନିଆଯିବା ସହ ସାଧାରଣ ଲୋକମାନଙ୍କୁ ସଚେତନ କରାଯାଉଛି । ଫେକ୍‌ କଲ ଓ ଫେକ୍‌ ମେସେଜ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଉଛନ୍ତି ସାଇବର ଏକ୍ସପର୍ଟ । ସେହିପରି କୌଣସି ଲିଙ୍କକୁ ମଧ୍ୟ କ୍ଲିକ୍‌ ନକରିବାକୁ କୁହାଯାଉଛି ।

ବର୍ତ୍ତମାନ ସାଇବାର ଅପରାଧୀମାନେ ଠକେଇ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯାହା ଦ୍ୱାରା ଆପଣଙ୍କ ଗୋଟିଏ ଛୋଟିଆ ଭୁଲ୍‌ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇଦେଇପାରେ । ଫଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ଠକେଇର ଶିକାର ହୋଇପାରନ୍ତି । ଏପରି ସମୟରେ ଯଦି ଆପଣ ସଚେତନ ହେବା ପରେ ବି ସାଇବର ଠକେଇର ଶିକାର ହୁଅନ୍ତି ତେବେ ଆପଣ ଅଭିଯୋଗ କରିପାରିବେ ।

ସାଇବର ଅପରାଧରେ ଶିକାର ହେବା ପରେ ଏବେ ଆପଣ ହେଲ୍ପଲାଇନ୍‌ ମାଧ୍ୟମରେ ଅଭିଯୋଗ କରିପାରିବେ । ଏଥିପାଇଁ ହେଲ୍ପଲାଇନ୍‌ ନମ୍ବର ୧୯୩୦ ଜାରି କରାଯାଇଛି । ଏହି ନମ୍ୱରରେ ଆପଣ ଫୋନ୍‌ କରିପାରିବେ । ଫୋନ୍‌ କରିବା ଦ୍ୱାରା ଆପଣଙ୍କୁ ସଠିକ୍‌ ପରାମର୍ଶ ମିଳିପାରିବ ।

ହେଲେ ବର୍ତ୍ତମାନ ସମୟରେ ସାଇବାର ଅପରାଧ ବଢ଼ିବାରେ ଲାଗିଛି । ଏଥିପାଇଁ ସତର୍କ ରହିବା ନିହାତି ଆବାକଶ୍ୟକ ବୋଲି କୁହାଯାଉଛି ।