Advertisment

Coal Loot: ଚୋରା କୋଇଲା ଡିପୋରେ ଚଢ଼ାଉ, ୧୪ ଅଟକ

କୋଇଲା ଚୋରି ପରେ ଡିପୋକୁ ନିଆଯାଉଥିଲା ଓ ପରେ ଡିପୋରୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ସ୍ଥାନୀୟ ଲୋକମାନେ ଏହି ଚୋରି ବିଷୟରେ ଜାଣୁଥିଲେ ବି ଚୋରି କରୁଥିବା ମାଫିଆମାନେ ପ୍ରଭାବଶାଳୀ ହୋଇଥିବାରୁ ଲୋକମାନେ ଚୁପ୍ ରହୁଥିଲେ । ୧୪ ଜଣ ଧରାପଡିବା ପରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

ଅଦ୍ୟତନ ହୋଇଛି
ଧରାହେଲେ କୋଇଲା ମାଫିଆ

ଧରାହେଲେ କୋଇଲା ମାଫିଆ

Advertisment

ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ୱର ଜାତୀୟ ରାଜପଥ କଡ଼ରେ ଚାଲୁଥିବା ଚୋରା କୋଇଲା ଡିପୋ ଉପରେ ସ୍ପେଶାଲ୍ ସ୍କ୍ୱାଡ ପକ୍ଷରୁ ଚଢାଉ କରାଯାଇ ୧୪ ଜଣଙ୍କୁ ଧରିଛି ପୋଲିସ୍ । ଦୁଇଟି ମିନି ଟ୍ରକକୁ ମଧ୍ୟ ପୋଲିସ୍ ଜବତ କରିଛି । ଦୀର୍ଘ ଦିନ ଧରି ଖୁଣ୍ଟୁଣୀ ଅଞ୍ଚଳରେ କୋଇଲା ଚୋରା କାରବାର ଚାଲିଥିବା ଅଭିଯୋଗ ହୋଇଆସୁଥିଲା । ହେଲେ ଧରା ପଡୁନଥିଲେ କୋଇଲା ମାଫିଆ ।

Advertisment

କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂଙ୍କ ନିକଟରେ ଅଭିଯୋଗ ହେବା ପରେ ସ୍ୱତନ୍ତ୍ର ସ୍କ୍ୱାଡକୁ ଅଚାନକ ଚଡାଉ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ୫୫ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ବିଭିନ୍ନ ଟ୍ରକରୁ ଚୋରା କୋଇଲା ଖାଲି କରୁଥିବା ବେଳେ ମାଡ଼ି ବସିଥିଲା ସ୍ପେଶାଲ୍ ସ୍କ୍ୱାଡ । ଦୁଇଟି ମିନି ଟ୍ରକକୁ ଜବତ କରିବା ସହ ଦୁଇ ଚୋରା କୋଇଲା ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି । ଏହି ଦୁଇ ମାଫିଆଙ୍କ ସମେତ ୧୪ ଜଣଙ୍କୁ ଖୁଣ୍ଟୁଣୀ ଥାନାରେ ଅଟକ ରଖାଯାଇଛି।

ଅଧିକ ପଢ଼ନ୍ତୁ: ଜଗନ୍ନାଥ ମନ୍ଦିରରୁ ଚୋରି; ନେଇଗଲେ ମହାପ୍ରଭୁଙ୍କ ସୁନା,ରୁପା ମୁକୁଟ ଓ ଦାନବାକ୍ସ

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରତିଦିନ ଶହ ଶହ କୁଇଣ୍ଟାଲ ଚୋରା କୋଇଲା ଖୁଣ୍ଟୁଣୀ ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଥାଏ । ମାଫିଆମାନେ ବିଭିନ୍ନ ଆଳରେ କୋଇଲା ଟ୍ରକ୍ ଡ୍ରାଇଭରମାନଙ୍କୁ ପ୍ରଲୋଭନ ଦେଖାଇ ଟ୍ରକରୁ କୋଇଲା ଚୋରି କରିଥାଆନ୍ତି । ଏହି ଚୋରା କୋଇଲାକୁ ନିକଟସ୍ଥ ଜଙ୍ଗଲରେ ଗଚ୍ଛିତ ରଖି ବିକନ୍ତି । କେବଳ ଟ୍ରକ ନୁହେଁ ବେଳେ ବେଳେ ଟ୍ରେନରୁ ମଧ୍ୟ କୋଇଲା ଚୋରି ହେଉଥିବାର ଅଭିଯୋଗ ହେଉଥିଲା । କୋଇଲା ଚୋରିରେ ଏକ ବଡ ଧରଣର ରାକେଟ୍ କାମ କରେ ବୋଲି ପୋଲିସ୍ କହିଛି । ତାଳଚେରରୁ ୫୫ ନମ୍ୱର ଜାତୀୟ ରାଜପଥରେ କଟକ ଓ ଭୁବନେଶ୍ୱର ଆଡକୁ ଆସୁଥିବା କୋଇଲା ବୋଝେଇ ଟ୍ରକଗୁଡିକ ଏହି ମାଫିଆଙ୍କ ଟାର୍ଗେଟରେ ରହୁଥିଲା । 

ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ ଏହି କୋଇଲା ଚୋରାଚାଲାଣ ଉପରେ ଗତ କିଛି ଦିନ ଧରି ନଜର ରଖିଥିଲା । କୋଇଲା ଚୋରି ପରେ ଡିପୋକୁ ନିଆଯାଉଥିଲା ଓ ପରେ ଡିପୋରୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ସ୍ଥାନୀୟ ଲୋକମାନେ ଏହି ଚୋରି ବିଷୟରେ ଜାଣୁଥିଲେ ବି ଚୋରି କରୁଥିବା ମାଫିଆମାନେ ପ୍ରଭାବଶାଳୀ ହୋଇଥିବାରୁ ଲୋକମାନେ ଚୁପ୍ ରହୁଥିଲେ । ୧୪ ଜଣ ଧରାପଡିବା ପରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଅନ୍ୟ କେଉଁମାନେ ଏଥିରେ ସଂପୃକ୍ତ, ସେ ନେଇ ଖୋଳତାଡ କରୁଛି ପୋଲିସ୍ । ତେବେ କାହିଁକି ଆଗରୁ ଚୁପ୍ ବସିଥିଲା ଖୁଣ୍ଟୁଣୀ ପୋଲିସ୍, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଅଧିକ ପଢ଼ନ୍ତୁ: ହରଦମ ଲୁଟ ହେଉଛି ଖଣିଖାଦାନ...ବନ୍ଦ ହେଉନି ପ୍ରକୃତି ଉପରେ ଅତ୍ୟାଚାର

Loot Crimes In Odisha Athagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ