Illegal Gun Factory
କଟକ ବୟାଳିଶ ମୌଜାରୁ ବେଆଇନ ବନ୍ଧୁକ କାରଖାନା ଠାବ ଘଟଣା । ମାଷ୍ଟରମାଇଣ୍ଡ୍ ଚଗଲା ଖୁଣ୍ଟିଆକୁ ଗିରଫ କଲା STF । କଟକ ଶଙ୍କରପୁର ଅଞ୍ଚଳରୁ କୁଖ୍ୟାତ ଅପରାଧି ଚଗଲା ଧରାପଡ଼ିଛି । ପୂର୍ବରୁ ସେ ଏକ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା । ଜେଲ୍ରୁ ଆସି ବୟାଳିଶ ମୌଜା ବନ୍ଧୁକ କାରଖାନା ସହ ଯୋଡି ହୋଇଥିଲା । ତାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।
ଅଧିକ ପଢ଼ନ୍ତୁ:ଗୁହାଳ ପାଖରେ ବନ୍ଧୁକ କାରଖାନା; ଚେର ଖୋଜୁଛି କ୍ରାଇମବ୍ରାଞ୍ଚ STF
ଚଗଲା ଖୁଣ୍ଟିଆ ଏଠାରେ ତିଆରି ହେଉଥିବା ବନ୍ଧୁକକୁ ନେଇ ବାହାରେ ବିକ୍ରି କରୁଥିଲା । ଏନେଇ ପ୍ରମାଣ ପାଇବା ପରେ ଏସ୍ଟିଏଫ୍ ତାକୁ ଶଙ୍କରପୁରରୁ ଗିରଫ କରି କୋର୍ଟଚାଲାଣ କରିଛି । ଗତ ୧୩ ତାରିଖରେ କଟକ ବୟାଳିଶ ମୌଜା ଅଞ୍ଚଳରେ ଚାଲୁଥିବା ଏକ ବେଆଇନ ବନ୍ଧୁକ କାରଖାନା ଉପରେ ରେଡ୍ ସହ ୪ ଜଣଙ୍କୁ ଗିରଫ କରିଥିଲା STF । ସେଠୁ ୩୦ରୁ ଅଧିକ ବନ୍ଧୁକ ଜବତ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଚାଲିଥିବା କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇଥିଲା । ଏହାପରେ ୧୩ ତାରିଖ ଭୋରରୁ କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣାସ୍ଥଳରୁ ବନ୍ଧୁକ ତିଆରି ମେସିନ, ସରଞ୍ଜାମ ଓ ପୁଳା ପୁଳା ବନ୍ଧୁକ ଜବତ ହୋଇଥିଲା ।
ଥାନା ଠାରୁ ମାତ୍ର ୨ କିଲୋମିଟର ଦୂର ଗାଁର ଶେଷ ମୁଣ୍ଡରେ ଏକ ଗୁହାଳ ପାଖରେ ଥିଲା ଏହି ବନ୍ଧୁକ ତିଆରି କାରଖାନା । ରେଡ୍ ସମୟରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ଆଉ ଜଣେ ଅଭିଯୁକ୍ତ ଚଗଲା ଖୁଣ୍ଟିଆକୁ ଗିରଫ କରିଛି ଏସିଟିଏଫ୍ । ଏବେ ବି ଏହି ବନ୍ଧୁକ କାରବାରର ଚେର୍ ଖୋଜା ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742618016.jpg)