Advertisment

Cuttack Gangster: Facebokରେ Video ଛାଡ଼ି ନ୍ୟାୟ ମାଗିଲା ଗ୍ୟାଙ୍ଗଷ୍ଟର ସକିଲ

'ଏବେ କୌଣସି ଅପରାଧିକ ମାମଲାରେ ମୁଁ ସଂପୃକ୍ତ ନୁହଁ । ଅପରାଧ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଚାହୁଁଛି ।'

ଅଦ୍ୟତନ ହୋଇଛି
Gangster Shakeel

ଗ୍ୟାଙ୍ଗଷ୍ଟର ସକିଲ ମନରେ ଏନ୍‌କାଉଣ୍ଟର ଭୟ

Advertisment

ଗ୍ୟାଙ୍ଗଷ୍ଟର ସକିଲକୁ ଘାରିଲା ପୋଲିସର ଏନକାଉଣ୍ଟର୍ ଭୟ। ସୋସିଆଲ୍ ମିଡ଼ିଆରେ ଭିଡିଓ ଛାଡ଼ି ନ୍ୟାୟ ପାଇଁ ନିବେଦନ କରିଛି ସକିଲ୍। ୧ ମିନିଟ ୩ ସେକେଣ୍ଡର ଏକ ଭିଡ଼ିଓ ଜାରି କରି ସକିଲ କହିଛି, ତାକୁ ଏନକାଉଣ୍ଟର କରି ମାରିବାକୁ ପୋଲିସ ଖୋଜୁଛି। ତେବେ ତା ନାଁରେ କୌଣସି 
ମାମଲା କିମ୍ବା ଏତଲା ନାହିଁ। କିନ୍ତୁ ତାକୁ ପୋଲିସ ଏନକାଉଣ୍ଟର କରିବାକୁ ଖୋଜୁଥିବା ଚର୍ଚ୍ଚା ହେଉଛି ବୋଲି କହିଛି ସକିଲ୍। ନିଜ ଫେସବୁକ ପେଜରେ ଭିଡିଓ ଜାରି କରି ଅପରାଧ ଛାଡି ମୁଖ୍ୟସ୍ରୋତରେ ସେ ସାମିଲ ହେବାକୁ ଚାହୁଁଥିବା କହିଛି।

Advertisment

ତେବେ ହଠାତ୍ ଏଭଳି ଭିଡ଼ିଓ ଜାରି କରି ବାର୍ତ୍ତା ଦେବା ପଛର ରହସ୍ୟ କ’ଣ ? ଜେଲରୁ ବାହାରିଥିବା ସକିଲକୁ କାହିଁକି ପୋଲିସ ଏନକାଉଣ୍ଟର କରିବ ? କାହିଁକି ଏନକାଉଣ୍ଟର ଭୟ ରହୁଛି ସକିଲ୍ ମନରେ ? ଏନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ସକିଲର ଅଭିଯୋଗ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଏହା ସହ ପଢ଼ନ୍ତୁ: Odia Girl Raped In Delhi: ପୋଲିସ ପାଖରେ ନଥିଲା କିଛି ବି ତଥ୍ୟ, ପୀଡ଼ିତାଙ୍କ ପାଟିରୁ ବାହାରୁନଥିଲା ଶବ୍ଦ !

Advertisment

ସୂଚନାଯୋଗ୍ୟ, ତତ୍କାଳୀନ ଡିସିପି ସଂଜୀବ ଆରୋରାଙ୍କ ନିର୍ଦ୍ଦେଶକ୍ରମେ ୨୦୧୭ ଏପ୍ରିଲ ୧୮ ରାତିରେ ମଙ୍ଗଳାବାଗ ଥାନା ପୋଲିସ ହାଡ଼ିଆପଠାରେ ଗ୍ୟାଙ୍ଗଷ୍ଟର୍‌ ସକିଲ ଓ ତାର ସହଯୋଗୀ ବକ୍ସିବଜାର ପେନସନ୍‌ଲେନ୍‌ର ସେକ୍ ବାବୁ ସହିତ ମୁହାଁମୁହିଁ ହୋଇଥିଲା। ପୋଲିସ ଏନକାଉଣ୍ଟର୍‌ରେ ବାବୁ ଆହତ ହୋଇଥିବା ବେଳେ ସକିଲ୍‌ ଖସିଯାଇଥିଲା।

ସକିଲ୍‌ ବିରୋଧରେ ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଅପରାଧିକ ମାମଲା ଥିବା ବେଳେ ୩ ଥର ସିଆର୍‌ପିସିର ୧୧୦ ଓ NSAରେ ବି ଅଟକ ରଖାଯାଇଛି। କ୍ୟାଣ୍ଟେନମେଣ୍ଟ ଥାନାରେ ସର୍ବାଧିକ ୧୧ଟି ମାମଲା ରହିଛି। ମଧୁପାଟଣା, ମଙ୍ଗଳାବାଗ, ପୁରୀଘାଟ, ବାଦାମବାଡ଼ି, ଦରଘାବଜାର, କଟକ ସଦର, ଚାଉଳିଆଗଞ୍ଜ, ଚୌଦ୍ବାର ଓ ଲାଲବାଗ ଥାନାରେ  ତା ନାମରେ ମାମଲା ରହିଛି।

Advertisment

ସକିଲ୍‌ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପରାଧିକ ଷଡଯନ୍ତ୍ର, ବେଆଇନ ବନ୍ଧୁକ କାରବାର ଭଳି ସଙ୍ଗୀନ ମାମଲା ରହିଛି।  ୨୦୨୦ ଜୁନ୍‌ ୨୫ ତାରିଖରେ ତା’ ବିରୋଧରେ NSA ଲାଗୁ ହୋଇଥିଲା। ୨୦୨୨ ନଭେମ୍ବର ୧୬ରେ ପୁଲିସ କମିଶନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ସକିଲ୍‌କୁ କଟକ ସହରରୁ ୬ ମାସ ପାଇଁ ତଡ଼ିପାର୍ ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ପଢ଼ନ୍ତୁ: Baba Siddique Murder Conspiracy: ବାବା ସିଦ୍ଦିକ ହତ୍ୟାକାଣ୍ଡ: ସୁଟରଙ୍କୁ ମିଳିଥିଲା ଲୋଭନୀୟ ଅଫର୍‌, ଦୁବାଇ ଟ୍ରିପ୍‌ ସହ ନଗଦ ୨୫ ଲକ୍ଷ ଓ ଦାମୀ କାର

Gangster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ