Advertisment

Crossed all limits of Brutality: ସୀମା ଟପିଲା ନିର୍ଯାତନା: ପିଟିଲେ...ଲଣ୍ଡା କଲେ...ପାଟିରେ ଘାସ ଦେଇ ବୁଲାଇଲେ

ଆମକୁ ମାଡ଼ ମାର ନାହିଁ....। ଥରୁଟିଏ ଆମ କଥା ଶୁଣ। ଆମେ ଗାଈ ଓ ବାଛୁରୀ କିଣିକି ଆଣିଛୁ, ତାକୁ ଆମେ ଘରେ ପାଳିବୁ....। ଆମେ ଗୋରୁ ଚାଲାଣକାରୀ ନୁହେଁ ...ଆମକୁ ଛାଡ଼ି ଦିଅ ପ୍ଲିଜ୍।

ଅଦ୍ୟତନ ହୋଇଛି
Attack

Attack

Advertisment

ଆମକୁ ମାଡ଼ ମାର ନାହିଁ....। ଥରୁଟିଏ ଆମ କଥା ଶୁଣ। ଆମେ ଗାଈ ଓ ବାଛୁରୀ କିଣିକି ଆଣିଛୁ, ତାକୁ ଆମେ ଘରେ ପାଳିବୁ....। ଆମେ ଗୋରୁ ଚାଲାଣକାରୀ ନୁହେଁ ...ଆମକୁ ଛାଡ଼ି ଦିଅ ପ୍ଲିଜ୍। ଏପରି  କୋହଭରା କଣ୍ଠରେ  ଚିତ୍କାର କରୁଥିଲେ ୨ ଯୁବକ। ହେଲେ ସେମାନଙ୍କ କଥା କିଏ ବା  ଶୁଣିବ। ଗୋରୁ ଚାଲାଣକାରୀ ଭାବି ଗୋ ରକ୍ଷକ ମାନେ ସେମାନଙ୍କୁ ପିଟି ଚାଲିଥିଲେ ... ଏପରିକି ଲଣ୍ଡା ମଧ୍ୟ କରିଦେଇଥିଲେ। ଏତିକିରେ ମନ ଶାନ୍ତି ହୋଇନଥିଲା ଯେ  ପାଟିରେ ଘାସ ପୂରାଇ ଗାଁରେ ଆଣ୍ଠେଇ ଆଣ୍ଠେଇ ବୁଲାଇ ଥିଲେ। ଲୋକମାନେ ମଧ୍ୟ ଏହାର ମଜା ନେଉଥିଲେ। ହେଲେ କାହା ପାଟିରୁ ଆଃ ବୋଲି ଶବ୍ଦ ବାହାରିବା  ଦୂରର କଥା କେହି  ପ୍ରତିବାଦ କରୁ ନଥିଲେ।

Advertisment

ଅଧିକ ପଢନ୍ତୁ: ପିତୃହନ୍ତା ପୁଅ, ସାମାନ୍ୟ ବଚସାରୁ ପିଟି ପିଟି ମାରିଦେଲା... 

ଗୋରୁ ଚାଲାଣକାରୀ ଅଭିଯୋଗରେ ଦୁଇ ଜଣଙ୍କୁ ଏମିତି ଅକଥନୀୟ ନିର୍ଯାତନା ଦେଇଥିଲେ କିଛି ଯୁବକ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଜାହାଡାରେ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ଅଭିଯୋଗ ଅନୁସାରେ, ସିଙ୍ଗିପୁର ଗାଁର ବାବୁଲା ନାୟକ ଓ ସହଯୋଗୀ ବୁଲୁ ନାୟକ ହରିପୁର ଗାଁର ଜଣେ ଚାଷୀଙ୍କଠାରୁ ଗୋଟିଏ ଗାଈ ଓ ଦୁଇଟି ବାଛୁରୀ କିଣି ଥିଲେ। ପରେ ତାକୁ ଧରି ଘରକୁ ଫେରୁଥିଲେ। ଏତିକିବେଳେ ଖାରି ଗୁମା ନିକରେ ଗୋ-ରକ୍ଷକ ନାଁର କିଛି ଯୁବକ ସେମାନଙ୍କୁ ରାସ୍ତାରେ ଅଟକାଇ ଥିଲେ। ସେମାନଙ୍କୁ ଗୋ ଚାଲଣକାରୀ ବୋଲି ଭାବଥିଲେ। ପରେ ସେମାନଙ୍କୁ ଜାହାଡ଼ା ଆଣି ନିସ୍ତୁକ ପଟିଥିଲେ। ଏତିକିରେ ସେମାନଙ୍କ ମନ ବୁଝିନଥିଲା। ପରେ ସେମାନଙ୍କୁ ଲଣ୍ଡା କରି ଆଣ୍ଠେଇ ଆଣ୍ଠେଇ ବୁଲାଇଥିଲେ। ଏନେଇ ଧରକୋଟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି।

Advertisment

ପୋଲିସର ପ୍ରତିକ୍ରିୟା ମିଳି ନଥିବା ବେଳେ ଯେଉଁମାନେ ଏଭଳି ଅମାନୁଷିକ କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ।

ଅଧିକ ପଢନ୍ତୁ: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି...

Attack Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ