Advertisment

ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା ନମ୍ବର-୧

ମହିଳାଙ୍କୁ ନିର୍ଯାତନା ଦେଶର ଟପ୍-୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Crimes against women surge in Odisha

Crimes against women surge in Odisha

ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା ସାରା ଦେଶରେ ପ୍ରଥମ। ଆଉ ମହିଳାଙ୍କୁ ନିର୍ଯାତନାରେ ଟପ୍‌-୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ପୂର୍ବବର୍ଷ ତୁଳନାରେ ୨୦୨୧ରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ବୃଦ୍ଧି ପାଇଛି। ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ-୨୦୨୧ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି। ଓଡ଼ିଶାରେ କ୍ରାଇମ ରେଟ୍ ଏବେ ଚିନ୍ତାର ବିଷୟ ପାଲଟିଛି। 

Advertisment

ମହିଳାଙ୍କୁ ନିର୍ଯାତନାରେ ଦେଶର ଟପ୍ -୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ରହିଛି। ଓଡ଼ିଶାରେ ୨୦୨୦ ବର୍ଷ ତୁଳନାରେ ୨୦୨୧ରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ବୃଦ୍ଧି ପାଇଛି। NCRB ତଥ୍ୟ ଅନୁସାରେ ରାଜ୍ୟରେ ମୋଟ୍‌ ୧୪ ହଜାର ୮୫୩ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି। 

ସେହପରି ଦୁଷ୍କର୍ମ, ଅପହରଣ ଏବଂ ସ୍ୱାମୀ ଉତ୍ପୀଡ଼ନ ଭଳି ମାମଲା ବୃଦ୍ଧି ପାଇଛି। ଏଭଳି ରାଜ୍ୟରେ ୪ ହଜାର ୮୮୯ ମାମଲା ରହିଛି। ୧୪ ହଜାର ୮୯୧ଟି ଅସଦାଚରଣ ମାମଲା ରହିଛି।୨୦୨୧ରେ ରାଜ୍ୟରେ ମୋଟ୍‌ ୩୧ ହଜାର ୩୫୨ଟି ମହିଳା ନିର୍ଯାତନା ମାମଲା ହୋଇଛି। ୧୫୧ଟି ଦୁଷ୍କର୍ମ ଉଦ୍ୟମ, ୮୩୮ଟି ମହିଳା ନିର୍ଯାତନା, ୧୪୫୬ଟି ଦୁଷ୍କର୍ମ, ୧୨ଟି ଦୁଷ୍କର୍ମ ସହ ହତ୍ୟା, ୫୬୫ଟି ସାଇବର କ୍ରାଇମ ମାମଲା ରହିଛି। ୫ ହଜାର ୧୭୫ଟି ଅପହରଣ ମାମଲା ରୁଜୁ ହୋଇଥିଲା। 

Advertisment

୨୯୩ଟି ଯୌତୁକ ଜନିତ ହତ୍ୟା ମାମଲା ସହ ଓଡ଼ିଶା ଦେଶର ଷଷ୍ଠ ସ୍ଥାନରେ ରହିଛି। ୨୭ଟି ମାମଲା ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରହିଛି। ୩ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି। ରାଜ୍ୟରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ସଂଖ୍ୟା ୧ ଲକ୍ଷ ଜନସଂଖ୍ୟାରେ ୧୧୨.୯ରୁ ବଢ଼ି ୧୩୭. ୮ରେ ପହଞ୍ଚିଛି। 

Crimes Against Women Crime In Odisha
Advertisment
Advertisment