Advertisment

NCRB ରିପୋର୍ଟରେ ଉଦବେଗଜନକ ତଥ୍ୟ :ଦୁଷ୍କର୍ମ, ହତ୍ୟା ଏବଂ ଅସଦାଚରଣରେ ଦେଶର ଚତୁର୍ଥ ସ୍ଥାନରେ ଓଡ଼ିଶା

ଗତ ବର୍ଷ ଅପେକ୍ଷା ୨୪ ପ୍ରତିଶତ ବଢ଼ିଛି ସାଇବର ଅପରାଧ ... ଇକୋନୋମିକ ଅଫେନ୍ସ ମଧ୍ୟ ଉଦବେଗଜନକ ...

author-image
Prangyan Parimita
ଅଦ୍ୟତନ ହୋଇଛି
NCRB report,

NCRB report,

ମହିଳା ଅସଦାଚରଣରେ ଦେଶରେ ୪ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। NCRB ରିପୋର୍ଟରେ ଆସିଛି ଏଭଳି ସାଂଘାତିକ ତଥ୍ୟା। କେବଳ ମହିଳା ଅସଦାଚରଣ ନୁହେଁ, ରାଜ୍ୟରେ ୨୦୨୧ ତୁଳନାରେ ୨୦୨୨ରେ ବଢିଛି ସବୁ ପ୍ରକାର ଅପରାଧ ସଂଖ୍ୟା। ଓଡ଼ିଶାରେ ବାର୍ଷିକ ଲକ୍ଷେ ଲୋକରେ ୩ ଜଣ ହତ୍ୟାର ଶିକାର ହେଉଥିବା ରିପୋର୍ଟ ପ୍ରକାଶ ପାଇଛି। ୨୦୨୨ରେ ୭ ହଜାର ୩୨୭ ଅସଦାଚରଣ ଏବଂ ୧୪ଟି ଦୁଷ୍କର୍ମ ସହ ହତ୍ୟା ମାମଲା ରହିଛି।

Advertisment

ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା। ତେବେ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବଢ଼ିଛି। ୨୦୨୧ରେ ୭ ହଜାର ୮୯୯ ଶିଶୁ ବିରୋଧି ଅପରାଧ ଥିଲା, ୨୦୨୨ରେ ତାହା ୮ ହଜାର ୨୪୦କୁ ବୃଦ୍ଧି ପାଇଛି। .. ସେହିପରି ଦେଶରେ ମଧ୍ୟ ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ଓ ଶିଶୁ ବିରୋଧୀ ଅପରାଧ। ଦେଶରେ ମହିଳା ବିରୋଧୀ ୪%, ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି।

୨୦୨୨ NCRB ରିପୋର୍ଟ ଅନୁସାରେ ଦେଶ ସହ ରାଜ୍ୟରେ ବି ଅର୍ଥନୈତିକ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ ବଢିଛି। ଓଡିଶାରେ ୨୦୨୦ରେ ୧୯୩୧ଟି ସାଇବର ଅପରାଧ ଘଟିଥିବା ବେଳେ ୨୦୨୧ରେ ୨୦୩୭ ଏବଂ ୨୦୨୨ରେ ୧୯୮୩ଟି ସାଇବର ଅପରାଧ ଘଟିଛି। ୨୦୨୨ରେ କେବଳ ସାଇବର ଅପରାଧ ହାର ୪.୩ ପ୍ରତିଶତ ରହିଛି। ଯେଉଁଥିରେ କମ୍ପ୍ୟୁଟର ସମ୍ପର୍କିତ ଅପରାଧ ୧୫୨ଟି ହୋଇଛି। ୧୭ଟି ସାଇବର ଅପରାଧ ମାମଲାରେ ଟଙ୍କା ମାଗିବା ଏବଂ ୧୪ଟିରେ ମିଥ୍ୟା ପରିଚୟ ଦବା ଭଳି ଅପରାଧ ରେକର୍ଡ ହୋଇଛି।

Advertisment
NCRB Report
Advertisment
Advertisment