Advertisment

Digital Arrest: ୨୪ ଘଣ୍ଟା ଭିଡିଓ କଲ୍‌ରେ ରହିବାକୁ ଦମ୍ପତିଙ୍କୁ ଧମକ ଦେଲେ, ତା’ପରେ ପୋଛିନେଲେ ଦେଢ଼ କୋଟି

ଡିଜିଟାଲ୍ ଗିରଫଦାରୀ କଥା ଶୁଣି ଦମ୍ପତି ପୁରା ଡରିଯାଇଥିଲେ। ଏମାନଙ୍କୁ ଟ୍ରାଇ ଓ ସିବିଆଇ ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଯାଇଥିଲେ। ସୁଶାନ୍ତ ଏବଂ ତାଙ୍କ ପତ୍ନୀଙ୍କୁ ୨୪ ଘଣ୍ଟା ଭିଡିଓ କଲ୍ କରିବାକୁ କହିଥିଲେ। ଏମିତିକି ବାଥରୁମ୍ ଯିବା ସମୟରେ ବି । ଘରୁ ବାହାରିବାକୁ ଅନୁମତି ନଥିଲା।

author-image
Puspanjali Panda
ଅଦ୍ୟତନ ହୋଇଛି
ଡିଜିଟାଲ୍ ଠକେଇ

ଡିଜିଟାଲ୍ ଠକେଇ

ଏହି କାହାଣୀ ଜଣେ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ ଅଧିକାରୀଙ୍କର। ସ୍ବାମୀ ସ୍ତ୍ରୀ ଅବସର ଜୀବନ ଶାନ୍ତିରେ କାଟୁଥିଲେ। କିନ୍ତୁ ଗୋଟିଏ ଫୋନ୍ କଲ୍ ସେମାନଙ୍କୁ ଏମିତି କାଙ୍ଗାଳ କରିଦେବ ବୋଲି ଭାବିନଥିଲେ। ଫୋନ୍ କଲ୍ କରିଥିବା ଅଜଣା ବ୍ୟକ୍ତିମାନେ ନିଜକୁ ସିବିଆଇ ଏବଂ ଟ୍ରାଇର ଅଧିକାରୀ ପରିଚୟ ଦେଇ ଡିଜିଟାଲ୍ ଆରେଷ୍ଟ କଲେ। ଆଉ ତା ପରେ ଯାହା କିଛି ଏହି ଦମ୍ପତ୍ତିଙ୍କ ଜୀବନରେ ଘଟିଗଲା, ସିନେମାର ଗୋଟିଏ ଗୋଟିଏ ରୋମାଞ୍ଚକ କାହାଣୀ ଭଳି ଥିଲା।

Advertisment

ସେଦିନର ସିବିଆଇ ଅଧିକାରୀଙ୍କ ଫୋନ୍ କଲ୍

ସେଦିନ ଥାଏ ଜୁନ୍ ୧୭ ତାରିଖ। କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ ଅଧିକାରୀ ସୁଶାନ୍ତ ଆଚାର୍ଯ୍ୟ ପତ୍ନୀଙ୍କ ସହିତ ଘରେ ଥାଆନ୍ତି। ଗୋଟିଏ ଅଜଣା ନମ୍ବରରୁ ଫୋନ କଲ୍ ଆସିଲା। କିଛି ସମୟ ପରେ ସୁଶାନ୍ତ ଫୋନ୍ ଉଠାଇଲେ। ଫୋନ୍ କରିଥିବା ବ୍ୟକ୍ତିର ସ୍ବର ଥିଲା ବେଶ ଗମ୍ଭୀର। ସେ ନିଜକୁ ଟ୍ରାଇର ଜଣେ ଅଧିକାରୀ ବୋଲି ପରିଚୟ ଦେଲା। ସୁଶାନ୍ତଙ୍କ ବିରୋଧରେ ଏକ ବଡ଼ ଧରଣର ଆର୍ଥିକ ଦୁର୍ନୀତି ଅଭିଯୋଗ ଆସିଥିବା କହିଥିଲା। ଏହି ଦୁର୍ନୀତିର ତଦନ୍ତ ସିବିଆଇ କରୁଛି। ସୁଶାନ୍ତଙ୍କୁ ଡିଜିଟାଲ୍ ଗିରଫଦାରୀ କରାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏକଥା ଶୁଣିବା ପରେ ବୃଦ୍ଧ ଦମ୍ପତ୍ତିଙ୍କ ହୋସ୍ ଉଡ଼ିଯାଇଥିଲା। ସୁଶାନ୍ତ କିଛି ବୁଝିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସମସ୍ତ ସମ୍ପତ୍ତି ଜବତ କରାଯିବାର ଧମକ ମିଳିଥିଲା। କିଛି ସମୟ ଭିତରେ ସୁଶାନ୍ତ କିଛି ଚିନ୍ତା କରିବା ପୂର୍ବରୁ ଏମିତି ଘଟିଯାଇଥିଲା। ଆଉ ତା ପରେ ଏମିତି ଘଟିବ ବୋଲି ଦମ୍ପତ୍ତିମାନେ କେବେ ସ୍ବପ୍ନରେ କଳ୍ପନା ବି କରିନଥିଲେ।

ବାଥରୁମରୁ ବି ଭିଡିଓ କଲ୍

ଡିଜିଟାଲ୍ ଗିରଫଦାରୀ କଥା ଶୁଣି ଦମ୍ପତ୍ତି ପୁରା ଡରିଯାଇଥିଲେ। ଏମାନଙ୍କୁ ଟ୍ରାଇ ଓ ସିବିଆଇ ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଯାଇଥିଲେ। ସୁଶାନ୍ତ ଏବଂ ତାଙ୍କ ପତ୍ନୀଙ୍କୁ ୨୪ ଘଣ୍ଟା ଭିଡିଓ କଲ୍ କରିବାକୁ କହିଥିଲେ। ଏମିତିକି ବାଥରୁମ୍ ଯିବା ସମୟରେ ବି । ଘରୁ ବାହାରିବାକୁ ଅନୁମତି ନଥିଲା। ଏମିତିକି କାହାକୁ ଭେଟିବା ବି ବନ୍ଦ ଥିଲା। ଯଦି ଏହି କଟକଣା ମାନିବାରେ ହେଳା କରନ୍ତି ତେବେ ଜେଲ୍ ପଠାଇବାକୁ ଧମକ ଦିଆଯାଇଥିଲା। ସୁଶାନ୍ତଙ୍କୁ ସେମାନେ ଏକ କୋର୍ଟ ନୋଟିସ୍ ବି ପଠାଇଥିଲେ। ଏହି ଦମ୍ପତ୍ତିଙ୍କୁ ଏକ କୋଟି ୫୫ ଲକ୍ଷ ଟଙ୍କା ଜମା କରିବାକୁ ନୋଟିସରେ ଉଲ୍ଲେଖ ଥିଲା। ଏହି ଟଙ୍କା ପୈଠ ନକଲେ ସେମାନଙ୍କୁ ଦାଣ୍ଡର ଭିକାରୀ କରିଦିଆଯିବ। ଦିନକୁ ଦିନ ଏହି ଦମ୍ପତ୍ତିଙ୍କ ଜୀବନ ଅଧିକ କଷ୍ଟକର ହୋଇଯାଉଥିଲା।

Advertisment

ଦେଢ଼ କୋଟି ପୋଛିନେଲେ

ଟ୍ରାଇ ଓ ସିବିଆଇ ଅଧିକାରୀ ଏହି ଦମ୍ପତିଙ୍କ ଆର୍ଥିକ ଦୁର୍ନୀତି ସମ୍ପର୍କିତ ଭଏସ କଲ୍ ରେକର୍ଡ ରଖିଥିବା କହିଥିଲେ। ଏହାକୁ ସେମାନଙ୍କ ବିରୋଧରେ ପ୍ରମାଣ ଭାବରେ ବ୍ୟବହାର କରାଯିବାର ଧମକ ଦିଆଯାଇଥିଲା। ସୁଶାନ୍ତ ଏବଂ ତାଙ୍କ ପତ୍ନୀ ଆହୁରି ଡରିଯାଇଥିଲେ। ଏମାନେ ଯେତେ ଡରୁଥାନ୍ତି ନକଲି ସିବିଆଇ ଓ ଟ୍ରାଇ ଅଧିକାରୀଙ୍କ ଯୋଜନା ସେତେ ସଫଳ ହେଉଥାଏ। ଦମ୍ପତି ନିଜର ସମସ୍ତ ସଞ୍ଚୟ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ସ୍ଥାୟୀ ଜମାରୁ ଟଙ୍କା ଉଠାଇଥିଲେ। ଆରଟିଜିଏସ୍ ମାଧ୍ୟମରେ ଛଅଟି କିସ୍ତିରେ ଏକ କୋଟି ୫୫ ଲକ୍ଷ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ଏହି ଆକାଉଣ୍ଟ କୋର୍ଟ ସହିତ ଲିଙ୍କ୍ ଥିବା କୁହାଯାଇଥିଲା। ତେଣୁ ଦମ୍ପତ୍ତି ବିଶ୍ବାସରେ ଟଙ୍କା ପଠାଇଥିଲେ। ଏହାସହିତ ଦମ୍ପତ୍ତିଙ୍କ ଆଧାର କାର୍ଡ ଫଟୋ ଅନଲାଇନରେ ପଠାଇବାକୁ କୁହାଯାଇଥିଲା। ତାକୁ ବି ପଠାଇଥିଲେ।

ଏଇଠୁ ଗାଏବ୍ ହେବା ଆରମ୍ଭ

ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନଫର୍ ହେବା ପରେ ସିବିଆଇ ଓ ଟ୍ରାଇ ଅଧିକାରୀ ପରିଚୟରେ ଫୋନରେ କଥା ହେଉଥିବା ଲୋକମାନେ ହଠାତ୍ ଗାଏବ ହୋଇଗଲେ। ସେମାନେ ଯେଉଁ ଫୋନରେ କଥା ହେଉଥିଲେ, ସେଗୁଡ଼ା ବନ୍ଦ ହୋଇଗଲା। କୌଣସି ଯୋଗାଯୋଗ ନଥିଲା। ସୁଶାନ୍ତ ଏବଂ ତାଙ୍କ ପତ୍ନୀ ସେତେବେଳକୁ ପୁରା ଫସିଯାଇଥିଲେ। ସେମାନେ ଭୟ ଏବଂ ଲଜ୍ଜାରେ ଏକଥା କାହାରିକୁ କହିପାରୁନଥିଲେ। ଏମିତିକି ପୁଲିସକୁ ବି ନୁହେଁ। ଶେଷରେ ସମ୍ପର୍କୀୟମାନେ ତାଙ୍କୁ ସାହସ ଦେଇଥିଲେ। ଶେଷରେ ଜୁଲାଇ ୭ ରେ ସୁଶାନ୍ତ ବେଲଘରିଆ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ପୁରା ଅଭିଯୋଗ ପୁଲିସ ଶୁଣିବା ପରେ ତାଟକା ହେଇଯାଇଥିଲା। ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଡିଜିଟାଲ୍ ଗିରଫଦାରୀ ନାଁରେ ଏକ ବୃଦ୍ଧ ଦମ୍ପତ୍ତି କେମିତି କାଙ୍ଗାଳ ହେଇଗଲେ, ସେକଥା ସମସ୍ତଙ୍କୁ ଚକିତ କରିଛି।

Online Fraud Video Call Cyber Blackmailing Cyber Crime
Advertisment
Advertisment