• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାପାଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ପ୍ରେମୀ ଯୁଗଳ । ଗତ ବୁଧବାର ଦିନ ଯୁବତୀଙ୍କ ବାପା ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇବା ପରେ ସେମାନେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ମିଳିଛି । ରାଜସ୍ଥାନର ବୁଣ୍ଡି ଜିଲ୍ଲାରେ ଏପରି ଏକ ଅଘଟଣ ଘଟିଥିବାବେଳେ ପୋଲିସ ଏନେଇ ତଦନ୍ତ ଚଳାଇଛି ।

ପୋଲିସର ସୂଚନା ଅନୁସାରେ, ସୋମବାର ଠାରୁ ଯୁବତୀଙ୍କ ବାପା ଘରୁ ନିଖୋଜ ହୋଇଯାଇଥିଲେ । ହେଲେ ମଙ୍ଗଳବାର ଦିନ ଏକ ଘର ଛାତର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ଶୁଣିବା ମାତ୍ରେ ତାଙ୍କ ଝିଅ ଓ ଝିଅର ପୁରୁଷ ବନ୍ଧୁ ଆତ୍ମହତ୍ୟା କରିଛନ୍ତି ।

ମୃତ ଦୁଇଜଣ ହେଉଛନ୍ତି ତାଲେରା ସହରର ବାସିନ୍ଦା । ଯୁବକଙ୍କ ନାଁ ନାଭାଲ କିଶୋର ଗୁଟାମ (୩୦) ହୋଇଥିବା ବେଳେ ଯୁବତୀଙ୍କ ନାଁ ଯୋଗିତା କାନୱାର (୨୦) ବୋଲି କୁହାଯାଇଛି । ନାଭାଲ ଏକ ମଣ୍ଡିରେ କାମ କରୁଥିଲେ । ହେଲେ କୌଣସି କାରଣରୁ ଏପରି ଏକ ଅଘଟଣ ଘଟିଥିବା କୁହାଯାଉଛି ।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହ ଜବତ କରି ପୋଷ୍ଟମର୍ଟମ କରିବାକୁ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ପୋଷ୍ଟମର୍ଟମ ହେବାପରେ ଉଭୟ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ତାହାସହ CRPCର ଧାରା ୧୭୪ ଅନୁଯାୟୀ ପୋଲିସ ଏକ ମାମଲା ଦାୟର କରିଛି ।

ସେପଟେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ କରି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଛି । ପୋଲିସ କହିଛି, ନାଭାଲ ଓ ଯୋଗିତାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ସେଥିପାଇଁ ନିଭାଲ ଯୋଗିତାଙ୍କ ଘରକୁ ବାରମ୍ବାର ଆସୁଥିଲେ । ଯାହାକୁ ତା’ର ବାପା ଅଦୌ ପସନ୍ଦ କରୁନଥିଲେ । ଏବଂ ଲୋକ ଲଜ୍ୟାକୁ ଭୟ କରି ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି । ଯାହାକୁ ସହିନପାରି ତାଙ୍କ ଝିଅ ମଧ୍ୟ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଝିଅର ପ୍ରେମିକ ମଧ୍ୟ ଆତ୍ମହତ୍ୟା କରିଛି।