/odishatv-khabar/media/post_attachments/uploadimage/library/16_9/16_9_0/Firing_1710847214.jpg)
Firing
ଗୋଟିଏ ସ୍କୁଲରୁ ଆଉ ଗୋଟିଏ ସ୍କୁଲକୁ ପରୀକ୍ଷାର ଉତ୍ତର ଖାତା ନେଇ ଯାଉଥିଲେ ଶିକ୍ଷକ । ସାଙ୍ଗରେ ଥିଲେ ଜଣେ ପୋଲିସ କନ୍ଷ୍ଟେବଳ । ହଠାତ୍ ରାସ୍ତାରେ ଜଣେ ଶିକ୍ଷକଙ୍କୁ ଗୁଳି କରିଦେଲେ କନ୍ଷ୍ଟେବଳ । ଗୁଳି ମାଡ଼ରେ ଶିକ୍ଷକଙ୍କୁ ମୃତ୍ୟୁ ଘଟିଛି । ପରେ ହଜାର ହଜାର ଶିକ୍ଷକ ରାଜରାସ୍ତାକୁ ଆସି କଲେ ହଙ୍ଗାମା । ମୃତ ଶିକ୍ଷକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ସହ କ୍ଷତି ପୂରଣ ଦାବି କଲେ ।
ଆଜ୍ଞା ହଁ, ଏହି ଘଟଣା ସତ । ଉତ୍ତର ପ୍ରଦେଶରୁ ଏହି ଘଟଣା ସାମ୍ନାକୁ ଆସିଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କନ୍ଷ୍ଟେବଳ ଜଣକ କାହିଁକି ଶିକ୍ଷକଙ୍କୁ କଲେ ଗୁଳି । କ’ଣ ଥିଲା ତାଙ୍କର ଅପରାଧ । ତେବେ ଏହାର ଉତ୍ତର ହେଲା ଶିକ୍ଷକଙ୍କର କିଛି ଭୁଲ ନଥିଲା । କନ୍ଷ୍ଟେବଳ ଜଣକ ଅତ୍ୟଧିକ ମଦ୍ୟପାନ କରିଥିଲେ। ରାସ୍ତାରେ ଗଲା ବେଳେ ଗାଳିଗୁଲଜ କରୁଥିଲେ । ଶିକ୍ଷକ ଜଣକ ଏହାର ପ୍ରତିବାଦ କରିବାକୁ ଉତ୍କ୍ଷିପ୍ତ ହୋଇଯାଇଥିଲେ ନିଶାଶକ୍ତ କନ୍ଷ୍ଟେବଳ ଜଣକ । ଆଉ ରାଗି ଯାଇ ଗୁଳି ମାରିଥିଲେ ଶିକ୍ଷକଙ୍କୁ ।
ଏହି ସମୟରେ ଉକ୍ତ ଗାଡ଼ିରେ ଅନ୍ୟ ତିନି ଜଣ ଶିକ୍ଷକ ମଧ୍ୟ ରହିଥିଲେ । ସମସ୍ତେ ବାରାଣାସୀରୁ ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷାର ଉତ୍ତର ଖାତା ନେଇ ମୁଜାଫରନଗର ଯାଉଥିଲେ । ପରୀକ୍ଷା ଖାତାକୁ ସୁରକ୍ଷା ଦେବା ପାଇଁ ସାଙ୍ଗରେ କନ୍ଷ୍ଟେବଳ ମଧ୍ୟ ରହିଥିଲେ । ହେଲେ ଉକ୍ତ ପୋଲିସ କନ୍ଷ୍ଟେବଳ ଜଣକ ଅତ୍ୟଧିକ ନିଶାଶକ୍ତ ଥିଲେ ।
ଏହି ଗୁଳିକାଣ୍ଡ ରବିବାର ରାତିରେ ଘଟିଛି । ମୃତ ସରକାରୀ ଶିକ୍ଷକଙ୍କ ବୟସ ୩୫ । ତାଙ୍କ ନାଁ ଧର୍ମେନ୍ଦ୍ର କୁମାର । ଗୁଳି ଚଳାଇଥିବା କନ୍ଷ୍ଟେବଳ ଜଣକ ହେଉଛନ୍ତି ଚନ୍ଦ୍ରପ୍ରକାଶ । ତାଙ୍କ ବୟସ ୫୦ । ଗାଡ଼ିରେ ଜଣେ ସବ୍ ଇନ୍ସ୍ପେକ୍ଟର ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ନାଁ ନଗେନ୍ଦ୍ର ଚୌହାନ । ତେବେ ଉକ୍ତ କନ୍ଷ୍ଟେବଳଙ୍କୁ ପୋଲିସ ଗିରଫ କରିଛି । ଡାକ୍ତରୀ ରିପୋର୍ଟରୁ ସ୍ପଷ୍ଟ ହୋଇସାରିଛି ଯେ, ସେ ନିଶାସକ୍ତ ଅବସ୍ଥାରେ ଏହି ଗୁଳିକାଣ୍ଡ ଭିଆଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)