/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676104073.jpg)
Cook 'pushed off fifth floor in Gurgaon by employer
ରୋଷେୟାକୁ ଛାତ ଉପରୁ ଠେଲି ହତ୍ୟା କଲା ମାଲିକ । କାମ କରିବାକୁ ଯାଇ ବାକି ଟଙ୍କା ମାଗିବାରୁ ୫ ମହଲା ଛାତରୁ ଠେଲି ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ରୋଷେୟା ଜଣକ ଗତ ପାଞ୍ଚ ବର୍ଷ ଧରି ବ୍ୟକ୍ତି ଜଣଙ୍କ ପିଜିରେ ରୋଷେୟା ଭାବେ କାମ କରୁଥିଲେ ।
ହେଲେ ଟଙ୍କା ନମିଳିବାରୁ ସେଠାରୁ କାମ ଛାଡ଼ି ଗତ ୨ ମାସ ହେଲା ଅନ୍ୟ ଜାଗାରେ ଚାକିରି କରୁଥିଲେ । ପରେ ବାକି ଟଙ୍କା ମାଗିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ୫ ମହଲା ଛାତ ଉପରୁ ଠେଲିଦେଇଥିବା ଅଭିଯୋଗ ହୋଇଛି ।
ଏପରି ଏକ ଘଟଣା ଘଟିଛି ଗୁରୁଗ୍ରାମର ଡିଏଲ୍ଏସ୍ ଫେଜ୍-୪ରେ । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଛାତ ଉପରୁ ପଡ଼ି ରୋଷେୟାଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ପୋଲିସର କହିବା ଅନୁସାରେ ମୃତ ରୋଷେୟାଙ୍କ ନାଁ ଉମେଶ ରାମ ।
ଉମେଶଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ପରିବାରର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଆଇପିସି ଧାରା ୩୦୨, ୩୨୩, ୩୪୨ ଏବଂ ୫୦୬ରେ ମାମଲା ରୁଜୁ କରାଯାଇଛି ।
ପୋଲିସ ଆହୁରି କହିଛି କି, ରୋଷେୟା ଉମେଶ ୫ ବର୍ଷ ପୂର୍ବରୁ ଏଠାକୁ କାମ କରିବାକୁ ଆସିଥିଲା । ପୂର୍ବରୁ ଏନେଇ କୌଣସି ନିର୍ଯାତନା ଅଭିଯୋଗ ହୋଇନାହିଁ । ରୋଷେୟା ଜଣକ ଚାକିରି ଛାଡ଼ିବା ପରେ ଟଙ୍କା ମାଗିବାରୁ ଏପରି ହୋଇଛି ବୋଲି ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)