Advertisment

ଘରକୁ ଫେରୁଥିଲେ ଠିକାଦାର, ବାଇକ୍‌ରେ ଆସି ଫାୟାରିଂ କଲେ ଦୁର୍ବୃତ୍ତ...

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ଠିକାଦାର। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Khordha Murder Case

Contractor shot dead by miscreants in Khordha

Advertisment

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ଠିକାଦାର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଟାଙ୍ଗୀ ଥାନା ଅଞ୍ଚଳର ରାଧାମୋହନପୁର ଗାଁର ରମେଶ ରାଉତଙ୍କ ମୃତ୍ୟୁ ହୋଇଛି।

Advertisment

ସୂଚନା ଅନୁସାରେ, କାଲି ରାତିରେ ରମେଶଙ୍କ ସହ ଆଉ ଦୁଇ ଯୁବକ ଘରକୁ ଫେରୁଥିଲେ। ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରମେଶଙ୍କ ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ: ହତ୍ୟା କରି ପ୍ରେମୀ ଯୁଗଳଙ୍କୁ ପଥରରେ ବାନ୍ଧିଲେ, ପରେ କୁମ୍ଭୀର ମୁହଁକୁ ଫିଙ୍ଗିଦେଲେ...

Advertisment

ଖବର ପାଇ ଟାଙ୍ଗୀ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। କେଉଁ କାରଣରୁ ଦୁର୍ବୃତ୍ତମାନେ ଗୁଳିମାଡ଼ କଲେ ତାହା ସ୍ପଷ୍ଟ ହୋଇନି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ