Advertisment

ହତ୍ୟା କରି ପ୍ରେମୀ ଯୁଗଳଙ୍କୁ ପଥରରେ ବାନ୍ଧିଲେ, ପରେ କୁମ୍ଭୀର ମୁହଁକୁ ଫିଙ୍ଗିଦେଲେ...

୧୮ ବର୍ଷୀୟା ମହିଳା ଓ ତାଙ୍କର ୨୧ ବର୍ଷୀୟ ପ୍ରେମିକକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ୟା ପରେ ସେମାନଙ୍କର ମୃତଦେହକୁ କୁମ୍ଭୀର ଥିବା ନଦୀକୁ ପରିବାର ଲୋକ ଫିଙ୍ଗି ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Couple Killed By Family Bodies Found In River

Couple Killed By Family Bodies Found In River

ହତ୍ୟା କରି ପଥରରେ ବାନ୍ଧି କୁମ୍ଭୀର ମୁହଁକୁ ଫିଙ୍ଗିଦେଲେ ପରିବାର ଲୋକ। ୧୮ ବର୍ଷୀୟା ମହିଳା ଓ ତାଙ୍କର ୨୧ ବର୍ଷୀୟ ପ୍ରେମିକକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ୟା ପରେ ସେମାନଙ୍କର ମୃତଦେହକୁ କୁମ୍ଭୀର ଥିବା ନଦୀକୁ ପରିବାର ଲୋକ ଫିଙ୍ଗି ଦେଇଥିଲେ। ପରିବାରର ସମ୍ମାନ ବଞ୍ଚାଇବା ପାଇଁ ମଧ୍ୟପ୍ରଦେଶରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ଆଜି ପୋଲିସ୍‌ ସୂଚନା ଦେଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ରତନବସାଇ ଗାଁର ଶିବାନୀ ତୋମାର ଓ ପାଖ ଗାଁର ରାଧେଶ୍ୟାମ ତୋମାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ରାଧେଶ୍ୟାମଙ୍କ ଘର ମୋରେନା ଜିଲ୍ଲା ବାଲୁପୁରାରେ। ତେବେ ସେମାନଙ୍କର ସମ୍ପର୍କକୁ ନେଇ ଶିବାନୀଙ୍କ ପରିବାର ଲୋକ ପ୍ରବଳ ବିରୋଧ କରୁଥିଲେ। 

ରାଧେଶ୍ୟାମଙ୍କ ବାପା ସ୍ଥାନୀୟ ପୋଲିସ୍‌ରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଆଣି ସେ କହିଥିଲେ, ତାଙ୍କ ପୁଅ ଓ ସମ୍ପୃକ୍ତ ମହିଳା ଅନେକ ଦିନ ଧରି ନିଖୋଜ ଅଛନ୍ତି। ତେଣୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରାରମ୍ଭରେ ଉଭୟ ଗାଁରୁ ଲୁଚିକି ପଳାଇଥିବା ପୋଲିସ୍‌ ସନ୍ଦେହ କରୁଥିଲା। ହେଲେ ଗାଁରୁ ଯିବାବେଳେ କେହିବି ସେମାନଙ୍କୁ ଦେଖିନଥିଲେ।

Advertisment

ପରେ ପୋଲିସ୍‌ ଶିବାନୀଙ୍କ ବାପା ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା ଓ ସେମାନେ ଅପରାଧ ସ୍ୱୀକାର କରିଥିଲେ। ଶିବାନୀଙ୍କ ପରିବାର ଲୋକ ପୋଲିସ୍‌କୁ କହିଥିଲେ, ଜୁନ୍‌ ୩ରେ ଶିବାନୀ ଓ ରାଧେଶ୍ୟାମଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ ବଡ଼ ପଥରରେ ବାନ୍ଧି ଚାମ୍ବଲ ନଦୀକୁ ଫିଙ୍ଗି ଦେଇଥିଲେ। ଏହି ନଦୀରେ କୁମ୍ଭୀର ଥିବା ଜଣାପଡ଼ିଛି। 

Murder
Advertisment
Advertisment