Advertisment

POCSO Judgement: କନ୍‌ଷ୍ଟେବଳଙ୍କୁ ୨୦ ବର୍ଷ ଜେଲ୍‌, ଜରିମାନା

ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍‌ ବିଭାଗରେ କନ୍‌ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ।

ଅଦ୍ୟତନ ହୋଇଛି
Constable

Constable

Advertisment

ନ୍ୟାୟର ଦେବୀଙ୍କ ଆଗରେ ଦଣ୍ଡ ଶୁଣାଇଲେ ବିଚାରପତି। ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଓ ଜରିମାନା। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଦୁଷ୍କର୍ମ ମାମଲାର ୪ ବର୍ଷ ପରେ ଆଜି ଫୁଲବାଣୀ ପୋକ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି।

Advertisment

ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍‌ ବିଭାଗରେ କନ୍‌ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ସରକାରୀ ଚାକିରି ପାଇବା ପରେ ସେ ନାବାଳିକାଙ୍କୁ ବିବାହ କରିବା ପରିବର୍ତ୍ତେ ଅନ୍ୟତ୍ର ବିବାହ କରିଥିଲେ। ଆଉ ନାବାଳିକାଙ୍କୁ ଧରାଛୁଆଁ ଦେଇନଥିଲେ। ୨୦୨୦ ମସିହାରେ ପୀଡ଼ିତା ଏନେଇ ଫୁଲବାଣୀ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଥାନାରେ ଅଭିଯୋଗ ହେବା ପରେ ଗୋବିନ୍ଦ ପ୍ରଧାନ ଦୀର୍ଘ ଦିନ ଧରି ଚାକିରିରେ ଅନୁପସ୍ଥିତ ରହିଥିଲେ। ଯେଉଁଥିପାଇଁ ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସେ ହାଇକୋର୍ଟରୁ ବେଲ୍‌ ଅର୍ଡର ଆଣି ପୋକ୍ସୋ କୋର୍ଟରେ ସବ୍‌ମିଟ୍ କରିଥିଲେ। ତା’ପରେ ତାଙ୍କୁ ଆଉଥରେ ଚାକିରି ମିଳିଥିଲା। କିନ୍ତୁ ଡିପାର୍ଟମେଣ୍ଟାଲ୍‌ ବ୍ଲାକ ମାର୍ଚ୍ଚ କରାଯାଇଥିଲା(୫ ବର୍ଷ ପର୍ଯ୍ୟନ୍ତ ପ୍ରମୋସନ୍‌ ଦିଆଯିବନି)।

Advertisment

ଅଧିକ ପଢ଼ନ୍ତୁ: ‘ଭବାନୀ’ ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ରାଜ୍ୟ ସରକାର

ଆଜି ଏହି ମାମଲର ରାୟ ପ୍ରକାଶ ପାଇଛି। ଫୁଲବାଣୀ ପୋକ୍ସୋ କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୧ ଜଣ ସାକ୍ଷୀଙ୍କ ବୟାନ୍‌, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତ ଗୋବିନ୍ଦ ପ୍ରଧାନଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି।

ଯଦି ଜରିମାନା ଅନାଦେୟ ହେଉଛି, ତାହାହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ପୀଡ଼ିତାକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ଅସୀମ ପ୍ରହରାଜ।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା; ଯାତ୍ରୀଙ୍କୁ ଧକ୍କା ଦେଲା ଏକ୍ସପ୍ରେସ୍‌ ଟ୍ରେନ୍‌...

Minor Girl Kandhamal Police Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ