Advertisment

ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା; ୩ ପୋଲିସ କର୍ମଚାରୀଙ୍କୁ ବଦଳି

ଜଳଜଳ ହୋଇ ଦିଶିଲା ବର୍ଦ୍ଦି ପଛରେ ଲୁଚିଥିବା ବର୍ବର ଚେହେରା: ଚାନ୍ଦବାଲି ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେଲେ ପୁରୁଷ ପୋଲିସ । ବିବସ୍ତ୍ର ହେବା ପରେ ବି ଛାଡ଼ିଲେନି ।

ଅଦ୍ୟତନ ହୋଇଛି
Constable, ASI and Home Guard Driver Replaced For Physically Assaulting Woman

Physically Assaulting Woman

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ଘୋଷାଡି ନେଇଥିବା ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମ ଗାର୍ଡ ଡ୍ରାଇଭରକୁ ଭଦ୍ରକ ଜିଲ୍ଲା ହେଡକ୍ୱାଟର୍ସକୁ ବଦଳି କରା ଯାଇଛି। ଯୋତା ଖୋଳ ଫିଙ୍ଗିବା ଘଟଣାରେ  ମହିଳା ଏବଂ କନେଷ୍ଟବଳଙ୍କ ବଚସାରୁ ଆରମ୍ଭ ହୋଇଥିଲା ବର୍ବରତା ।

Advertisment

ମହିଳା ପୋଲିସ କର୍ମଚାରୀଙ୍କ ବଦଳରେ ପୁରୁଷ ପୋଲିସ କର୍ମଚାରୀ ଘୋଷାଡି ଘୋଷାଡି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣାରେ ଚାନ୍ଦବାଲି ଥାନାରେ ଦୁଇଟି ଅଭିଯୋଗ ହୋଇଛି। ଦଳିତ ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ବେଳେ ଅପରପକ୍ଷରେ କନେଷ୍ଟବଳଙ୍କୁ ଇଟା ପଥର ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି। ଚାନ୍ଦବାଲି SDPO ସୂଚନା ଦେଇଛନ୍ତି ଯେ, ଭଦ୍ରକ ହେଡକ୍ୱାଟର୍ସକୁ ପ୍ରାଥମିକ ବଦଳି କରାଯାଇଛି, ପରେ ତଦନ୍ତ କରା ଯାଇ ପୁନଶ୍ଚ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପଢନ୍ତୁ ଏହି ଖବର: ଥିଲେ ବିଧାୟକ, ପାଇଥିଲେ ମନ୍ତ୍ରୀଙ୍କ କ୍ଵାର୍ଟର ? ଏବେ ବାବୁଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?

Advertisment

ଗତ ୨୫ ତାରିଖ ସନ୍ଧ୍ୟାରେ ରାଜନଗରର ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କିଏ ମାରପିଟ କରିଥିବା ନେଇ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଉଥିଲା। ସେ ଥାନା ସମ୍ମୁଖରୁ ଏକ ନୂଆ ଚପଲ ପିନ୍ଧି ଯାଇଥିବା ବେଳେ ଖୋଳକୁ ସେଠାରେ ଫୋପାଡ଼ି ଦେଇଥିଲେ। ଉକ୍ତ ଖୋଳରେ ମହିଳାଙ୍କ ଝିଅ ଖେଳିଥିଲା। ଝିଅ ଖେଳି ସାରିବା ପରେ ମହିଳା ଜଣଙ୍କ ଏହି ଖୋଳକୁ ଗେଟ୍‌ ପାଖକୁ ଫୋପାଡ଼ି ଦେଇଥିଲେ। ମାତ୍ର ଉକ୍ତ ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ମହିଳାଙ୍କୁ କହିଥିଲେ। ମାତ୍ର ସେ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କନଷ୍ଟେବଳ ଉକ୍ତ ମହିଳାଙ୍କ ଗାଲକୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

ପରେ ମହିଳା ଜଣଙ୍କ ପାଟି କରିବାରୁ କନଷ୍ଟେବଳ ଜଣକ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ। ଏହାପରେ ୩ ଜଣ ପୋଲିସ ପହଞ୍ଚି ତାଙ୍କୁ ଜବରଦସ୍ତି ଟେକି ନେଇ ଥାନା ଗେଟ୍‌ ବାହାରେ ଛାଡ଼ି ଦେଇଥିଲେ। ଏହି ଟଣାଓଟରା ସମୟରେ ମହିଳାଙ୍କ ପିନ୍ଧା ଶାଢୀ ଚିରି ଯାଇଥିଲା। ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଭାବେ ଟେକି ଟେକି ନେଇ ଯିବାର ଏ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହୋଇଥିଲା। ପରେ ଏହି ଘଟଣାରେ ପୋଲିସ କର୍ମଚାରୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

Advertisment

ପଢନ୍ତୁ ଏହି ଖବର: ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିଦେବା ଘଟଣା: ବିଜେଡି ନେତା ରଘୁନନ୍ଦନଙ୍କ ଘରେ ପୋଲିସ

Physical Assault Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ