Advertisment

Constable Attempted Rape: ଖାକିରେ କଳଙ୍କର ଛିଟା! ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ସମ୍ବଲପୁରର ବରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିରଞ୍ଚି ମୁଣ୍ଡା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ପରେ ତାଙ୍କୁ ଗିରଫ କରାଯାଇଛି।

ଅଦ୍ୟତନ ହୋଇଛି
Rape attempt

Rape attempt

Advertisment

ଖାକିରେ ଲାଗିଲା କଳଙ୍କର ଦାଗ । ରକ୍ଷକ ସାଜିଲା ଭକ୍ଷକ । ଜଣେ କନେଷ୍ଟବଳ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଭଳି ଘଟଣା ସାମନାକୁ ଆସିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ । ଜିଲ୍ଲାର ବରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିରଞ୍ଚି ମୁଣ୍ଡା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । କନେଷ୍ଟବଳ ବିରଞ୍ଚି ମୁଣ୍ଡାଙ୍କୁ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଛି।

Advertisment

ଅଧିକ ପଢନ୍ତୁ: କେବେ ସ୍ୱାମୀ ତ କେବେ ସ୍ତ୍ରୀ, କାହିଁକି ଘଟୁଛି ହତ୍ୟା ପରେ ହତ୍ୟା ?

ଅଭିଯୁକ୍ତ ଜଣକ ପୀଡିତାଙ୍କ ପରିବାରର ପରିଚିତ ହୋଇଥିବା ବେଳେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେଖାଇ ନେବା ବାହାନାରେ ସେ ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ବରେଇପାଲି ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର ଲୋକେ। ପୋଲିସ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯିକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ: ଅଣ୍ଡା ତରକାରୀ ପାଇଁ... ଚୁଲିଫୁଙ୍କାରେ ସ୍ତ୍ରୀର ଜୀବନ ଗଲା

Sambalpur Rape Attempt On Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ