• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ ବାହାର ରାଜ୍ୟର ଲୁଟେରା । ସବୁଦିନ ଲୁଟୁଛନ୍ତି । ଆପାର୍ଟମେଣ୍ଟ ହେଉ ଅବା ଘର, ସବୁ ଯେଭଳି ଏହି ଲୁଟେରାଙ୍କ ସ୍କାନରରେ । ଟିକିଏ ବୁଲି ପଡିଲେ ଘରେ ବୁଲାଇ ଦେଉଛନ୍ତି କଳାକନା । ପାର୍ବଣ ଋତୁରେ ଏକାଧିକ ଘରୁ ଲୁଟ କରିବା ପରେ ଏବେ ବିବାହ ଋତୁକୁ ଟାର୍ଗେଟ୍ କରିଛନ୍ତି ଏହି ଲୁଟେରାଙ୍କ ଗ୍ୟାଙ୍ଗ । ତେଣୁ ଏମାନଙ୍କୁ କିଭଳି କାବୁ କରିହେବ ସେନେଇ ସବୁ ଥାନା ଆଇଆଇସିଙ୍କୁ ତାଗିଦ କରିବା ସହ ଟିପ୍ସ ଦେଇଛନ୍ତି ଡିସିପି । ଏହାରି ଭିତରେ ନୂଆ ବାୟୋମେଟ୍ରିକ ସ୍କାନର ମେସିନରେ ଲୁଟେରାଙ୍କ ପଞ୍ଜିକା ବାହାର କରିବା କୌଶଳ ଶିଖୁଛନ୍ତି ଥାନା ବାବୁ ।

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ ଏବେ ବିବାହ ଋତୁକୁ ଟାର୍ଗେଟ୍ । ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀବିହାର ଅଂଚଳରେ ହୋଇଛି ଲୁଟ୍‌ । ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଦିନ ଦିପହରେ ଗେଟ୍ ଖୋଲି ଘର ଭିତରେ ପଶୁଛନ୍ତି ମହିଳା । ଆଉ, ପାଖରେ କେହି ନଥିବାର ସୁଯୋଗ ନେଇ ଟଙ୍କା ଓ ଜରୁରୀ କାଗଜପତ୍ର ନେଇ ଫେରାର ହୋଇଯାଉଛନ୍ତି ।

ସେହିଭଳି ଗତ ୧ ତାରିଖରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଂଚଳରେ ଘରେ ପଶିଥିବା ବଞ୍ଜାରା ଗ୍ୟାଙ୍ଗର ଦୁଇ ଜଣ ମହିଳାଙ୍କୁ କାବୁ କରି ନେଇଥିଲେ ସ୍ଥାନୀୟ ଲୋକ । ପରେ ପୋଲିସର ଜିମା ଦେଇଥିଲେ । ସପ୍ତାହକ ଭିତରେ ସାମ୍ନାକୁ ଆସିଲାଣି ଏଭଳି ସାତ ସାତଟି ମାମଲା । ଯାହାକୁ ନେଇ କମିଶନରେଟ୍ ପୋଲିସର ଚିନ୍ତା ବଢିଛି । ଆଗକୁ ବିବାହ ଋତୁ ଥିବା ବେଳେ ରାଜଧାନୀରେ ଲୁଟତରାଜ ଚଳାଇଥିବା ଏହି ଲୁଟେରା ଗ୍ୟାଙ୍ଗ ଉପରେ ରହିଛି ପୋଲିସର ଫୋକସ । ଆଜି ହୋଇଥିବା ଅପରାଧ ସମୀକ୍ଷା ବୈଠକରେ ସମସ୍ତ ଥାନା ଅଧିକାରୀଙ୍କୁ ତାଗିଦ କରିବା ସହ ଗ୍ୟାଙ୍ଗକୁ କିଭଳି କାବୁ କରିହେବ ସେନେଇ ଟିପ୍ସ ଦେଇଛନ୍ତି ଡିସିପି ।

ଏପଟେ ନୂତନ ଜ୍ଞାନକୌଶଳରେ ଅପରାଧିକ ମାମଲାର ତଦନ୍ତ କରିବା ପାଇଁ ତାଲିମ ନେଉଛନ୍ତି ଅଫିସର । ଫିଙ୍ଗରପ୍ରିଣ୍ଟ ଜରିଆରେ ଲୁଟେରା ହେଉ ଅବା ହତ୍ୟାକାରୀ ସମସ୍ତଙ୍କ ପଞ୍ଜିକା ଜାଣିପାରିବ ପୋଲିସ । ଟିପ ଚିହ୍ନ ଆସିବା ମାତ୍ରେ କ୍ରିମିନାଲଙ୍କ ଟ୍ରାକ ରେକର୍ଡ ବାହାର କରିବ ହ୍ୟାଣ୍ଡ ହେଲ୍ଡ ବାୟୋମେଟ୍ରିକ ଫିଙ୍ଗରପ୍ରିଣ୍ଟ ରିଡର । ଟ୍ରାଫିକ ଥାନାରେ ଅନୁଷ୍ଠିତ କ୍ରାଇମ ମିଟିଂରେ ଫୋରେନସିକ ଟିମ୍ ଏହାର ଡେମୋ ଦେଖାଇଥିବାବା ବେଳେ ବିଭିନ୍ନ ଥାନାକୁ ଦିଆଯାଇଛି ଏହି ଅତ୍ୟାଧୁନିକ ମେସିନ । କ୍ରାଇମ ଡିଟେକ୍ସନ ଓ କ୍ରିମିନାଲଙ୍କୁ କାବୁ କରିବା ପାଇଁ କର୍ଣ୍ଣାଟକ ପରେ କମିଶନରେଟ ପୋଲିସ ପ୍ରଥମ କରି ଆପଣାଇଛି ଏହି ପଦ୍ଧତି ।

କେବଳ ଏତିକି ନୁହେଁ, ଅପରାଧୀଙ୍କ ଗତିବିଧି ଓ ଚାଲିଚଲଣ ବିଷୟରେ ଆପାର୍ଟମେଣ୍ଟ ଯାଇ ଲୋକଙ୍କୁ ଅବଗତ କରିବ ପୋଲିସ । ସିକ୍ୟୁରିଟି ଗାର୍ଡ ଓ ସିସିଟିଭି ସମ୍ବନ୍ଧରେ ବୁଝାଇବା ପାଇଁ ଥାନାୱାରୀ ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି ।

  • Reported by:
  • ATULYA BOUT , CHANDAN PAIKRAY