Advertisment

କମିଶନରେଟ୍ ପୋଲିସକୁ ସଫଳତା; ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ୨ହାର୍ଡକୋର କ୍ରିମିନାଲ

୨ ହାର୍ଡକୋର୍ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍। ଗିରଫ ଅଭିଯୁକ୍ତ ହେଲେ ଖଣ୍ଡଗିରି ସରକନ୍ତରାର ସୁରଜ ପରିଡା ଓ ବାଲେଶ୍ୱର ସୋରର ତପଧର ନାୟକ।

ଅଦ୍ୟତନ ହୋଇଛି
Bhubaneswar Commissionerate Police

Commissionerate Police

Advertisment

ନିର୍ବାଚନ ପୂର୍ବରୁ କମିଶନରେଟ୍ ପୋଲିସକୁ ବଡ଼ ସଫଳତା। ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଧରାପଡ଼ିଲେ ୨ ହାର୍ଡକୋର କ୍ରିମିନାଲ। ଜବତ ହେଲା ଅତ୍ୟାଧୁନିକ ୫ ସେମିଅଟୋମେଟିକ ବନ୍ଧୁକ ଓ ୨୪ ରାଉଣ୍ଡ ଗୁଳି। ଡିପ୍ଲୋମା ଇଞ୍ଜିନିୟରିଂ ପାଠ ପଢି ବି ଅପରାଧ ଦୁନିଆର ବାଦଶାହ ହେବାକୁ ଲକ୍ଷ୍ୟ ରଖିଥିଲେ। ଆଉ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି।

Advertisment

ଡିପ୍ଲୋମା ଇଞ୍ଜିନିୟରିଂ ପାଠ ପଢିବି ଅପରାଧ ଦୁନିଆରେ ପାଦ ଥାପିଥିଲେ। ଆଉ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। ଏଭଳି ୨ ହାର୍ଡକୋର୍ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍। ଗିରଫ ଅଭିଯୁକ୍ତ ହେଲେ ଖଣ୍ଡଗିରି ସରକନ୍ତରାର ସୁରଜ ପରିଡା ଓ ବାଲେଶ୍ୱର ସୋରର ତପଧର ନାୟକ। ତେବେ ମୁଖ୍ୟ ଅଭିଯୁକ୍ତ ସୁବ୍ରତ ଖୁଣ୍ଟିଆ ଓରଫ ବବଲୁ ଫେରାର ହୋଇଯାଇଛି।

ଅଭିଯୁକ୍ତଙ୍କ ଠାରୁ ୫ଟି ସେମିଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ ହୋଇଛି।ଅପରାଧ ନିୟନ୍ତ୍ରଣ ଲାଗି କମିଶନରେଟ୍ ପୋଲିସ ଜାରି ରଖିଛି ଅପରେସନ ବ୍ଲାକ୍ ସ୍ମୋକ୍। ୨୦୧୪ରୁ ଏ ଅପରେସନ ଆରମ୍ଭ ହୋଇଥିବା ବେଳେ ୨୦୨୩ରେ ଟୁଇନ ସିଟିରୁ ୩୮ଟି ବନ୍ଧୁକ ଓ ୨୦୨୪ରେ ଏଯାବତ ୧୭ଟି ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ।

Advertisment

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିଲେ, ଅଭିଯୁକ୍ତକୁ ବାନ୍ଧିଲା କମିଶନରେଟ୍ ପୋଲିସ୍

ଅପରେସନ ବ୍ଲାକ୍ ସ୍ମୋକ୍ ଆରମ୍ଭ ହେବା ପରେ କୁଇକ ଆକ୍ସନ ଟିମ ଏହାର ତଦନ୍ତ ଭାର ନେବା ସହ ସେହିବର୍ଷ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି ଜବତ କରିଥିଲା। ୨୦୧୫ ରେ ୧୧୩ଟି ମାମଲା ରୁଜୁ କରାଯିବା ସହ ୬୩ଟି ମାଉଜର ସହ ୧୬୨ଟି ଅଫୁଟା ଗୁଳି ଜବତ କରିଥିଲା ପୋଲିସ। ସେହିପରି ୨୦୧୬ରେ ୧୨୨ଟି ମାମଲା ରୁଜୁ ହେବା ସହ ୮୯ଟି ମାଉଜର ଓ ୨୧୨ଟି ଅଫୁଟା ଗୁଳି ଜବତ ହୋଇଥିଲା।

Advertisment

୩ ବର୍ଷରେ କ୍ବିକ୍ ଆକ୍ସନ ଟିମ୍ ୩୭୮ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ସ୍ପେଶାଲ କ୍ରାଇମ ୟୁନିଟ ମଧ୍ୟ ସଂଗଠିତ ଅପରାଧକୁ ମାତ୍ ଦେବାଲାଗି ଅପରେସନ ଜାରି ରଖିଛି। ଆଗାମୀ ଦିନରେ ଅପରେସନକୁ ଆହୁରି ବ୍ୟାପକ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି। ନିର୍ବାଚନ ପାଇଁ କମିଶନରେଟ୍ ପୋଲିସ ସ୍ପେସାଲ ଡ୍ରାଇଭ୍ ଚଳାଇଥିବା ବେଳେ ଅପରାଧୀଙ୍କୁ ଖୋଜି ଖୋଜି ଗିରଫ କରିବାକୁ ପୋଲିସ କମିଶନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Comissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ