• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜ ମୃତ୍ୟୁକୁ ନିଜେ ଡାକି ଆଣିଲେ . . . ମୁହଁରେ ସୁତୁଲି ବମ୍‌ ରଖି ଆତ୍ମହତ୍ୟା କଲେ ଛାତ୍ର । ମଧ୍ୟପ୍ରଦେଶର ଶୋରପୁର ଜିଲ୍ଲାର ଜଣେ ବିଜ୍ଞାନ ସ୍ନାତକ ଛାତ୍ର ଏଭଳି ଭୟଙ୍କର ଭାବରେ ଆତ୍ମହତ୍ୟା କରିଛନ୍ତି । ଘଟଣା ସମ୍ପର୍କରେ ଶୁଣିଲେ ଲୋକେ ଶିହରି ଉଠୁଛନ୍ତି । ଛାତ୍ର ଜଣକ ପ୍ରଥମେ ନିଜକୁ ବାଥରୁମରେ ବନ୍ଦ କରି ପାଟିରେ ସୁତୁଲି ବୋମା ରଖିଥିଲେ । ଆଉ ସେଥିରେ ନିଆଁ ଲଗାଇ ଦେଇଥିଲେ ।

ବମ୍‌ ଫୁଟିବା ମାତ୍ରେ ଘରେ ଭୟଙ୍କର ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ଚିତ୍କାର କରିଥିଲେ ପରିବାର ଲୋକ । ତୁରନ୍ତ ଛାତ୍ରଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ତାଙ୍କର ଆତ୍ମହତ୍ୟା ପଛର କାରଣ ଜଣା ପଡ଼ିନାହିଁ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଶୋରପୁରର କୁହ୍ମାର ମୋହଲାରେ ଏହି ଘଟଣା ଘଟିଛି । ଘରେ ସମସ୍ତେ ଥିବେବେଳେ ଛାତ୍ର ଜଣକ ରବିବାର ଦିନ ସକାଳ ୯ଟା ବେଳେ ବାଥରୁମ ଭିତରକୁ ଯାଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ । ଆଉ ତା’ପରେ ମୁହଁରେ ବୋମା ରଖି ନିଆଁ ଲଗାଇ ଦେଇଥିଲେ । ବୋମା ବିସ୍ଫୋରଣ ହେବା ମାତ୍ରେ ଛାତ୍ରଙ୍କ ମୁହଁ ଛିନଛତର ହୋଇଯାଇଥିଲା ।

ବିସ୍ଫୋରଣ ଶବ୍ଦ ଶୁଣି ପରିବାର ଲୋକ ଭୟରେ ଘର ବାହାରକୁ ଦଉଡ଼ି ଯାଇଥିଲେ । ପଡ଼ୋଶୀ ଲୋକେ ମଧ୍ୟ ତାଙ୍କ ଘର ସାମ୍ନାରେ ରୁଣ୍ଡ ହୋଇଯାଇଥିଲେ । ତା’ପରେ ସମସ୍ତେ ମିଶି ବାଥରୁମ୍‌ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଦେଖିଲା ବେଳକୁ ବାଥରୁମ ଚାରିଆଡ଼େ ରକ୍ତର ଛିଟା ପଡ଼ିଥିଲା । ଛାତ୍ର ଜଣକ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି ।