/odishatv-khabar/media/post_attachments/uploadimage/library/16_9/16_9_0/Assault_1753248342.jpg)
Assault
ଜଗତସିଂହପୁର-କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ କଲେଜ ଛାତ୍ରୀ ଯୌନ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୁକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଏତଲା ଦେଲେ ଉପଜିଲ୍ଲାପାଳ। ଛାତ୍ରୀ ଯୌନ ନିର୍ଯାତନା ଘଟଣାରେ ଗତକାଲି ଉଭୟ ଅଧ୍ୟାପକ ଶାଶ୍ୱତ ମହାନ୍ତି ଓ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ନିଲମ୍ବିତ କରାଯାଇଥିଲା।
ଉପଜିଲାପାଳଙ୍କ ଏତଲା ଅନୁସାରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷ ଛାତ୍ରୀ ଯୌନ ନିର୍ଯାତନା ଭଳି ସଙ୍ଗୀନ ମାମଲାକୁ ଚପାଇ ଦେଇଥିଲେ। କଲେଜର ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କ ବିରୋଧରେ ଜଣେ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣି କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଜଣାଇଥିଲେ। ହେଲେ କଲେଜ ପରିଚାଳନା କମିଟିର ସଭାପତି ଉପଜିଲାପାଳଙ୍କୁ ଜଣାଇ ନଥିଲେ। ଯାହାକୁ ନେଇ ସମ୍ପୃକ୍ତ ଛାତ୍ରୀ ଜଣକ ନ୍ୟାୟ ପାଇ ନଥିଲେ।
ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଥିଲା। ଏହାପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଉଭୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା ଓ ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। ରଘୁନାଥପୁର ଥାନା ପକ୍ଷରୁ ଉପଜିଲାପାଳଙ୍କ ଏତଲାକୁ ଭିତ୍ତି କରି ପୋକସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)