• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସହ୍ୟ ହେଲାନି ଅପମାନ । ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏବେ ବଞ୍ଚିବା ପାଇଁ ମେଡିକାଲ୍‌ ବେଡ୍‌ରେ ସଂଘର୍ଷ କରୁଛନ୍ତି ଜଣେ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଦେଉଳି ଗାଁରୁ ।

ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଛାତ୍ରୀ ଗଛମଙ୍ଗଳା ତପସ୍ୱୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି । ସବୁଦିନ ପରି ଗତ ଶୁକ୍ରବାର ସେ ପାଠ ପଢ଼ିବା ପାଇଁ ସ୍କୁଲ ଯାଇଥିଲେ । ସେହିଦିନ ସଂପୃକ୍ତ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ବାସୁଦେବ ସ୍ୱାଇଁ ବିଦ୍ୟାଳୟରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅପମାନ ସହି ନପାରି ଛାତ୍ରୀ ଜଣକ ବିଷ ପିଇ ଦେଇଥିଲେ ।

ପରିବାର ଲୋକେ ଜାଣିପାରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ପ୍ରଧାନ ଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଛାତ୍ରୀଙ୍କ ଜେଜେବାପା କହିଛନ୍ତି, “ ନାତୁଣୀ ଶୁକ୍ରବାର ଦିନ ସ୍କୁଲ ଯାଇଥିଲା । ପ୍ରଧାନ ଶିକ୍ଷକ ତାଙ୍କୁ ପରିହାସ କରି କହିଥିଲେ, ତୁମେ ବିବାହ କରିଥିଲେ ଅନେକ ପିଲାଙ୍କ ମା ହୋଇଥାନ୍ତ । ଏହି କଥା ନାତୁଣୀଙ୍କୁ ବହୁତ କଷ୍ଟ ଦେଇଥିଲା । ସେ ଏହି ଘଟଣାକୁ ନେଇ ରାଗିଯାଇଥିଲା । ଆଉ ସେହି କାରଣରୁ ସେ ଏଭଳି କଠୋର ପଦକ୍ଷେପ ନେଇଛି। ”