• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଧ୍ୟାପକଙ୍କୁ ଚାପୁଡ଼ା ମାରିଲା +୨ ଛାତ୍ର । ଗତ ଗୁରୁବାର ଦିନ ଜଣେ ଛାତ୍ର ବିରୋଧରେ ଏପରି ଅଭିଯୋଗ ଆସିଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ଛାତ୍ର ବିରୋଧରେ ଏକ ମାମଲା ରୁଜୁ କରିଛି । ପିଲାଟି ମୁସଲିମ୍‌ ସମ୍ପ୍ରଦାୟର ହୋଇଥିବାବେଳେ ତାର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଛି ।

ଏପରି ଏକ ଅଭିଯୋଗ ଉତ୍ତର ପ୍ରଦେଶରୁ ସାମ୍‌ନାକୁ ଆସିଛି । ପୋଲିସର ସୂଚନା ଅନୁସାରେ, ଛାତ୍ର ଜଣକ ବିଳମ୍ବରେ ପହଞ୍ଚିଥିଲା । ସେ ଶ୍ରେଣୀଗୃହକୁ ଯିବାକୁ ଚାହୁଁଥିଲା । ହେଲେ ଶିକ୍ଷକ ଜଣକ ଛାତ୍ରକୁ ଶ୍ରେଣୀଗୃହକୁ ଯିବାକୁ ବାରଣ କରି ପ୍ରାର୍ଥନାସଭାରେ ଉପସ୍ଥିତ ରହିବାକୁ କହିଥିଲେ । ଶିକ୍ଷକଙ୍କ ଏହି କଥାକୁ ନେଇ ଛାତ୍ର ରାଗିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଛାତ୍ର ଓ ଶିକ୍ଷକଙ୍କ ଉପସ୍ଥିତିରେ ଶିକ୍ଷକଙ୍କୁ ଚାପୁଡ଼ା ମାରିଥିଲା ଛାତ୍ର ଜଣକ ।

ଏହି ଘଟଣା ପରବର୍ତ୍ତୀ ସମୟରେ ଥାନାରେ ପହଞ୍ଚିଥିଲା । ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ସହିତ ଅଭିଯୁକ୍ତ ଛାତ୍ର ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି । ସେପଟେ କଲେଜ ପକ୍ଷରୁ ଛାତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୁକ୍ତ ଛାତ୍ରକୁ କଲେଜରୁ ବହିଷ୍କାର କରାଯାଇଛି । ପରେ ପରେ ଛାତ୍ରର ଅଭିଭାବକକୁ କଲେଜକୁ ଡାକି ଲିଖିତ ଭାବେ କ୍ଷମା ମଗାଯାଇଛି ।

ଘଟଣାକୁ ନେଇ କଲେଜର ପ୍ରିନ୍ସପାଲ ଲଳିତା କୁମାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଛାତ୍ରର ମା’ ପିଲାଟିର ଏପରି ବ୍ୟବହାରକୁ ନେଇ କଲେଜକୁ ଆସିଥିଲେ । ସେ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି । ପିଲାଟିର ବାପା କୁଏତରେ କାମ କରନ୍ତି ବୋଲି ପୋଲିସ କହିଛି ।

ସେପଟେ ଶିକ୍ଷକ ଜଣକ ମଧ୍ୟ ତାଙ୍କ ଅଭିଯୋଗ ରଖିବା ସହ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା । ଛାତ୍ର ଜଣକ ଘରକୁ ଯିବା ବେଳେ ତାଙ୍କୁ ରାସ୍ତାରେ ଅଟକାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ତା’ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ ତାଙ୍କୁ ଛାତ୍ର ଜଣକ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ତେବେ ଏହି ସମସ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଛି । ସେପଟେ ଛାତ୍ର ଜଣକ ବିରୋଧରେ ଏମ ମାମଲା ରୁଜୁ କରିଛି ।