/odishatv-khabar/media/post_attachments/uploadimage/library/16_9/16_9_0/crime_1678969617.jpg)
crime
ଦଶମ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ବିଫଳ । ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଛି । ତେବେ କୌଶଳ କ୍ରମେ ଛାତ୍ରୀ ଜଣକ ଗାଡି କାଚ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲେ । ହେଲେ ଖସିଯିବା ସମୟରେ ଦୁର୍ବୁତ୍ତମାନେ ଛାତ୍ରୀକୁ ବ୍ଲେଡରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ ହାତ ଓ ବେକରେ କ୍ଷତ ସୃଷ୍ଟି ହୋଇଛି ।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁରେ ପରୀକ୍ଷା ଦେଇ ଫେରୁଥିବା ବେଳେ ଆଜି ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ଛାତ୍ରୀଙ୍କୁ କାରରେ ଉଠାଇ ନେବା ବେଳେ ଦୁର୍ବୃତ୍ତଙ୍କ ସହ ଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲା । ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବା ବେଳେ ଛାତ୍ରୀଙ୍କୁ ବ୍ଲେଡ୍ ମାଡ଼ କରାଯାଇଛି । ବ୍ଲେଡ୍ ମାଡ଼ରେ ଛାତ୍ରୀ ଜଣକ ଗୁରୁତର ହୋଇପଡିଥିଲେ ।
ବ୍ଲେଡ୍ ମାଡ଼ ପରେ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିଥିଲେ ଛାତ୍ରୀ ଜଣକ । ଆଉ ତାଙ୍କ ପାଟି ଶୁଣି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ ଲୋକେ । ଆକ୍ରମଣର ଶିକାର ହେବା ପରେ ଛାତ୍ରୀ ଜଣକ ସଂଜ୍ଞାହୀନ ଅବସ୍ଥାରେ ପଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ଚିକିତ୍ସା ପରେ ଛାତ୍ରୀ ସୁସ୍ଥ ଥିବା ଜଣାପଡିଛି । ଅପହରଣ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିବାବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି ।...
(ରିପୋର୍ଟ-ପ୍ରବୀର କୁମାର ନାୟକ, ପଟ୍ଟାମୁଣ୍ଡାଇ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)