ଧୁମଧାମରେ ପାଳିତ ହୋଇଛି ହୋଲି ପର୍ବ । ଆନନ୍ଦ ଉଲ୍ଲାସର ସହ ରଙ୍ଗ ଖେଳି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତେ । ନାଚ ଗୀତ ସାଙ୍ଗକୁ ଖାଇବା ପିଇବାର ମଜା ନେଇଥିଲେ ଓଡ଼ିଶାବାସୀ । ତେବେ କଟକ ଏଥିରୁ ବାଦ୍ ବି ପଡ଼ିନଥିଲା ରଙ୍ଗର ପର୍ବ ହୋଲିକୁ ମନଭରି ଉପଭୋଗ କରିଥିଳେ କଟକବାସୀ ।
Also Read
ଅଧିକ ପଢ଼ନ୍ତୁ: ଉତ୍ତର ନା ଦକ୍ଷିଣ, ଘରର କେଉଁ କୋଣରେ ଦୀପ ଜାଳିଲେ ମିଳିଥାଏ ଶୁଭ ଫଳ?
ତେବେ ଏହାରି ମଧ୍ୟରେ କଟକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କଟକରେ ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଗତପୁର ବିଜୁ କଲୋନୀ ଓ ହରିଜନ ସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା । ତେବେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ପଥର ମାଡ଼ ହୋଇଥିଲା । ଏହି ଢେଲା ପଥର ମାଡ଼ରେ ଉଭୟ ଗୋଷ୍ଠୀର ୨ ଜଣ ଆହତ ହୋଇଛନ୍ତି । ହୋଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ଉତ୍ତେଜନା ଦେଖା ଦେବା ପରେ ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।