• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜ ରାଇଫଲରୁ ଗୁଳି ଫୁଟାଇ ଟଳିପଡ଼ିଲେ ସିଆରପିଏଫ୍ ଯବାନ । ଛୁଟିରେ ନିଜ ଘରକୁ ଯାଇ ଫେରିବା ପରେ ନିଜ ରାଇଫଲରୁ ଯବାନ ଜଣକ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ରାଜଧାନୀ ନୂଆଦିଲ୍ଲୀର ଟୁଗଲାକ୍ ରୋଡରେ ଏହି ଘଟଣା ଘଟିଛି । ଆଇବି ନିର୍ଦ୍ଦେଶକଙ୍କ ବାସଭବନ ନିକଟରେ ଯବାନ ଜଣକ ଆତ୍ମହତ୍ୟା କରିଛନ୍ତି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଜଣେ ୫୩ ବର୍ଷିୟ ସହକାରୀ ସବ୍ ଇନିସପେକ୍ଟର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ମୃତ ଯବାନଙ୍କ ନାଁ ହେଉଛି ରାଜୀବ କୁମାର । ସେ କିଛି ଦିନ ହେବ ଛୁଟି ନେଇ ନିଜ ଘରକୁ ଯାଇଥିଲେ । ଘରୁ ଫେରିବା ପେର ଶୁକ୍ରବାର ଦିନ ପ୍ରାୟ ୪ଟା ସମୟରେ ତାଙ୍କର A-K 47 ରାଇଫଲରୁ ନିଜକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଗୁଳିକାଣ୍ଡ ଅପରାହ୍ଣ ୪ଟାରେ ହୋଇଥିବା ସୂଚନା ଦିଆଯାଇଛି ।

ତେବେ ଯବାନ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ । କୌଣସି ସୁଇସାଇଡ୍ ନୋଟ୍ ମଧ୍ୟ ଆତ୍ମହତ୍ୟା ସ୍ଥଳରୁ ଜବତ କରାଯାଇନାହିଁ । ଏନେଇ ତଦନ୍ତ କରାଯାଉଛି । ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଖବର ଦିଆଯିବା ସହ ସିଆରପିସି ସେକ୍ସନ ୧୭୪ ଅଧାରରେ ଏକ ମାମଲା ରୁଜୁ କରାଯାଇଛି ।