Advertisment

CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ...

CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ଥିବା ୨ଟି ଘର ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ଚାଲିଛି।

ଅଦ୍ୟତନ ହୋଇଛି
Vigilance Raid On CHSE Odisha Record Supplier

Vigilance raids

Advertisment

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । 

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ଥିବା ୨ଟି ଘର ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ଚାଲିଛି। ଭୁବନେଶ୍ବର କାନନବିହାରରେ ଥିବା ୪ ମହଲା ଘର, ସାମନ୍ତରାପୁରରେ ଥିବା ଅଫିସ୍ ଓ ଜଗତସିଂହପୁରରେ ଥିବା ପୈତୃକ ଘରେ ଏକକାଳୀନ ଚଢାଉ ଚାଲିଛି। 

ଅଧିକ ପଢନ୍ତୁ: ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ; ଟଙ୍କା ନେଇ ଗିରଫ ହେଲେ କୋଟଗଡ଼ ଥାନା ASI...

Advertisment

ଏପଟେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ପୋଲିସ ବାବୁ। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସଆଇ ରଜନୀକାନ୍ତ ଦାସ। ଏକ ମାମଲାର ରଫାଦଫା କରିବା ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କୋଟଗଡ଼ କାଳୀ ମନ୍ଦିର ନିକଟରେ ମାଡି ବସିଥିଲା।

Advertisment

ଆଉ ଭିଜିଲାନ୍ସ ଟିମ ତାଙ୍କଠାରୁ ନଗଦ ୧୫ ହଜାର ଟଙ୍କା ଉଦ୍ଧାର କରିଛି। ଏହି ଘଟଣାରେ ଭିଜିଲାନ୍ସ ଟିମ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଚଢ଼ାଉ କରି ଛାନ୍ ଭିନ କରୁଥିବା ଜଣାପଡିଛି। ଅନ୍ୟପଟେ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ଚଳାଇଛି।

ଅଧିକ ପଢନ୍ତୁ: କୋଟିଏରୁ ଅଧିକ ଟଙ୍କା ଖାଇଗଲେ ! ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

Vigilance Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ