• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଲାଙ୍କୁ ପରଷାଗଲା ପୋକ ସାଲୁବାଲୁ ମଧ୍ୟାହ୍ନ ଭୋଜନ । ମିଡ୍‌ ଡେ ମିଲ୍‌ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିହାରର ବୈଶାଳି ଜିଲ୍ଲାର ଲାଲଗଞ୍ଜ ଅତୁଲ୍ଲାପୁରରେ ସ୍ଥିତ ଏକ ମାଧ୍ୟମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଏଠାରେ ମଧ୍ୟାହ୍ନ ଭୋଜନରୁ ପୋକ ବାହାରିବା ପରେ ପିଲାମାନେ ଖାଇବା ପାଇଁ ମନା କରିଦେଇଥିଲେ । ଆଉ ଏନେଇ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ସେ ଯେଉଁ ଅଜବ ଯୁକ୍ତି ବାଢ଼ିଛନ୍ତି, ତାହା ଶୁଣି ଆପଣଙ୍କର ମଧ୍ୟ ହୋସ୍‌ ଉଡ଼ିଯିବ । କେବଳ ଏତିକି ନୁହେଁ ଅଭିଯୋଗ କରିଥିବା ଛାତ୍ରକୁ ମାରି ହାତ ମଧ୍ୟ ଭାଙ୍ଗି ଦେଇଛନ୍ତି ପ୍ରିନ୍ସିପାଲ ।

ଅଧିକ ପଢ଼ନ୍ତୁ:ଲିଭ୍‌ ଇନ୍‌ ସମ୍ପର୍କ ପାଇଁ ଭୟଙ୍କର ସଜା ! ଶୁଣିଲେ ହୃଦୟ ଥରି ଉଠିବ . . .

ପ୍ରତିଦିନ ଭଳି ଗତ ଶନିବାର ଦିନ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ପିଲାମାନେ ଖାଇବାକୁ ବସିବା ପରେ ଭାତରେ ପୋକ ଥିବା ଦେଖିବାକୁ ପାଇଥିଲେ । ଆଉ ଖାଦ୍ୟରେ ପୋକ ଦେଖି ମୋ. ମିସୱାଉଦ୍ଦୀନଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏକଥା ଶୁଣି ସେ କହିଛନ୍ତି, ପୋକରେ ଭିଟାମିନ ଥାଏ, ପାଟି କରନି, ଚୁପଚାପ ଖାଇଦିଅ ।

ଛାତ୍ରଛାତ୍ରୀମାନେ ପୋକରା ଖାଦ୍ୟ ଖାଇ‍ବାକୁ ମନା କରିଦେବା ପରେ ପ୍ରିନ୍ସିପାଲ ଉତକ୍ଷିପ୍ତ ହୋଇପଡ଼ିଥିଲେ । ଅଭିଯୋଗ କରିବା ପାଇଁ ଆସିଥିବା ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ମାଡ଼ ମାରି ହାତ ଭାଙ୍ଗିଦେଇ ଦେଇଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟରେ ଏନେଇ ହଙ୍ଗାମା ହେବା ପରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ଏହି ଘଟଣାର ଅନୁସନ୍ଧାନ କରାଯାଉଛି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।